www.samajalive.in
Sunday, December 14, 2025
19.1 C
Bhubaneswar

ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଆନନ୍ଦପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ 

କେଶଦୁରାପାଳ : ଓଡିଶା ମାଟିର ଝିଅ, ଆମର ଗର୍ବ ଓ ଗୌରବ, ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଶପଥ ଗ୍ରହଣ ଉତ୍ସବରେ ଆନନ୍ଦପୁର କୋର୍ଟ ସାମ୍ନାରେ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବାଜା, ବାଣ ବଜାଇବା ସହିତ ସମସ୍ତ ଲୋକ ମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା। ବିଜେପିର କାର୍ଯ୍ୟକର୍ତ୍ତା ମାନେ ସହର ପରିକ୍ରମା କରି ମିଠା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଭାପତି ମହେଶ୍ଵର ସାହୁ, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ହେମନ୍ତ କୁମାର ମଲ୍ଲିକ, ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ତ୍ରିଲୋଚନ ଦାଶ, ଗଗନ କୁମାର ସିଂ, ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ଅସିମା ମିଶ୍ର, ସୁମତୀ ଜେନା, ଅଞ୍ଜନା ଜେନା, ତୃପ୍ତି ରାଣୀ ଜେନା, ବବିତା ଶତପଥୀ, ଗୋଲକ ଜେନା, ନରେନ୍ଦ୍ର କୁମାର ପଣ୍ଡା, ନାରାୟଣ ବାରିକ, ନିରାକାର ଦଳେଇ, ନିରାକାର ସାହୁ, ପଦ୍ମନାଭ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାପାତ୍ର, ପରିଆ ସାହୁ, କାଉନସିଲର ଶ୍ରୀ ସମ୍ବିତ କୁମାର ଦାସ, ରାଜେନ୍ଦ୍ର କୁମାର ସାହୁ, ଲକ୍ଷ୍ମୀଧର ସାହୁ, ବାଇଧର ସାହୁ, ରାହାସ ସାହୁ, କପିଳା ମଲ୍ଲିକ, ବାବୁଲି ଧଡା, ଅଜୟ କୁମାର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories