www.samajalive.in
Sunday, December 14, 2025
23.1 C
Bhubaneswar

ନାରୀର ସୁରକ୍ଷା ସମାଜର କର୍ତ୍ତବ୍ୟ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମହିଳା କମିଶନର ମିଳିତ ସହଯୋଗରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ଆଭ୍ୟନ୍ତରୀଣ ଅଭିଯୋଗ ସଦସ୍ୟ ମାନଙ୍କର ପ୍ରଶିକ୍ଷଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ମା’ ରମାଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହାପରେ ଅତିଥି ମାନଙ୍କୁ ଛାତ୍ରୀମାନଙ୍କ ଦ୍ୱାରା ଚାରା ଗଛ ପ୍ରଦାନ କରାଯାଇଥିଲା। ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ଅଧିବେଶନରେ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ନିର୍ୟାତନା ଉପରେ ଯେଉଁ ସବୁ ଆଇନ ରହିଛି ତାହାକୁ ଆମେ କିପରି କାର୍ୟ୍ୟରେ ଲଗାଇପାରିବ ଏବଂ ନିଜକୁ ଜଣେ ନାରୀ ହିସାବରେ କିପରି ସୁରକ୍ଷା ପ୍ରଦାନ ଦେଇପାରିବା ସେ ବିଷୟରେ ଅବଗତ କରାଇଥିଲେ।

 

- Advertisement -

ଏହାପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ମେମ୍ବର କଳ୍ପନା ଦାସ ନାରୀମାନେ କିପରି ନିଜର ଆତ୍ମରକ୍ଷା ନିଜେ କରିପାରିବେ ସେ ସମ୍ବଦ୍ଧରେ ନିଜର ଅଭିଭାଷଣ ରଖିଥିଲେ। ଏସସିପିଡିର ପୂର୍ବତନ ଅଧକ୍ଷା କସ୍ତୁରୀ ମହାପାତ୍ର ଯୌନ ଉତ୍ପୀଡ଼ନକୁ ଆମେ କାର୍ଯ୍ୟକ୍ଷେତ୍ରରେ କିପରି ନିବାରଣ କରିପାରିବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ବିଚାରପତି ଉମା ଚରଣ ମିଶ୍ର ନ୍ୟାୟାଳୟରେ ଥିବା ବିଭିନ୍ନ ଆଇନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅଧିବେଶନରେ ଯୋଗଦାନ କରିଥିବା ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଅଧିବେଶନରେ ଅନୁବନ୍ଧିତ ୪୮ ମହାବିଦ୍ୟାଳୟର ଅଧକ୍ଷ/ଅଧକ୍ଷା ଯୋଗଦେଇଥିଲେ। ଜ୍ୟୋତିର୍ମୟୀ ଉଦଗାତା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories