ଏଣ୍ଡ୍ରୋଏଡ ଉପରେ ସ୍ପାଇୱେର ଆକ୍ରମଣ
ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ଫୋନ୍ ଉପରେ ନିକଟରେ ସ୍ପାଇୱେର ଅକ୍ରମଣ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛି ସ୍ପାଇୱେର ରିସର୍ଚର। ସ୍ପାଇୱେରକୁ ନେଇ ଗବେଷଣା କରୁଥିବା ଏହି କମ୍ପାନୀ ଏହି ସ୍ପାଇ ଆକ୍ରମଣ ହ୍ୱାଟ୍ସଆପକୁ ମାଧ୍ୟମ କରି ନିର୍ମାଣ କରାଯାଇଛି। ସେଥିପାଇଁ ୨ଟି ଭାଇରସକୁ ମୁଖ୍ୟତଃ ବ୍ୟବହାର କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ଭାଇରସ ଭାରତରେ ନିର୍ମାଣ ହୋଇଛି। ଏହି ସ୍ପାଇୱେର ହ୍ୱାଟ୍ସଆପ ଚାଟ ମାଧ୍ୟମରେ ଏଣ୍ଡ୍ରୋଏଡ଼ ଫୋନରେ ପ୍ରବେଶ କରିବା ସହ ଉପଭୋକ୍ତାଙ୍କ ଫୋନ ବୁକ୍, ଚାଟ ଏପରିକି ଗୋପନୀୟ ତଥ୍ୟ ମଧ୍ୟ ଚୋରି କରିବାର କ୍ଷମତା ରହିଛି।
ଇଣ୍ଟରନେଟ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଇଏସଇଟିର ଗବେଷଣାରେ ଏହି ଭାଇରସ ମଧ୍ୟରେ ଜଣା ପଡ଼ିଛି। ଏହା ଦ୍ୱାରା ଜଣେ ଉପଭୋକ୍ତାଙ୍କ ମୋବାଇଲକୁ ହ୍ୟାକ କରିବା ସମ୍ଭବ ହେଉଛି। ଏହି ଭାଇରସ ଥରେ ଉପଭୋକ୍ତାଙ୍କ ମୋବାଇଲରେ ପ୍ରବେଶ କରିଗଲେ ଉପଭୋକ୍ତାଙ୍କ ଗୋପନୀୟତା ସମ୍ପୂର୍ଣ୍ଣ ଲୋପ ପାଇଯିବ। ଉପଭୋକ୍ତାଙ୍କ ଚାଟିଂ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଏହି ଭାଇରସ ନିଦ୍ଦିଷ୍ଟ କମ୍ପାନୀ ନିକଟରେ ପ୍ରେରଣ କରିବାର କ୍ଷମତା ରହିଛି।