www.samajalive.in
Saturday, December 6, 2025
23.1 C
Bhubaneswar

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର; ସମ୍ମାନିତ ହେବେ ଋତୁପର୍ଣ୍ଣା ଓ ଝିଲି

ଭୁବନେଶ୍ୱର : ଭାରତୀୟ ମହିଳା ହକି ଦଳର ଅଭିଜ୍ଞ ମିଡ୍‍ଫିଲ୍‍ଡର ଅଲିମ୍ପିଆନ୍‍ ଲିଲିମା ମିଞ୍ଜ ଇଣ୍ଡିଆନ ମେଟାଲ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ୨୬ତମ ଏକଲବ୍ୟ ପୁରସ୍କାର-୨୦୧୮ ପାଇବା ଲାଗି ମନୋନୀତ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ମନୋନୟନ କମିଟି ବୈଠକରେ ସର୍ବସମ୍ମତିକ୍ରମେ ହକି ତାରକା ଲିଲିମା ମିଞ୍ଜଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଏହି ପୁରସ୍କାର ସ୍ୱରୂପ ଲିଲିମାଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯିବ। ଏହାଛଡ଼ା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ଭାରୋତ୍ତୋଳକ ଝିଲି ଦଳବେହେରା ଓ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ। ଉଭୟଙ୍କୁ ମାନପତ୍ର ସହିତ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ।
ସୁନ୍ଦରଗଡ଼ର ହକି ତାରକା ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଲାଗି ପ୍ରଥମଥର ପାଇଁ ଭାରତ ପାଇଁ ଖେଳିଥିଲେ। ୮ ବର୍ଷ ମଧ୍ୟରେ ଭାରତୀୟ ମହିଳା ଦଳର ନିୟମିତ ସଦସ୍ୟା ପାଲଟିବା ସହିତ ୧୦୦ଟି ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ସାରିଲେଣି। ୨୦୧୬ ରିଓ ଡି ଜେନିରୋ ଅଲିମ୍ପିକ୍‍ସ ଓ ୨୦୧୭ରେ ଜାପାନରେ ଅନୁଷ୍ଠିତ ଏସିଆ କପ୍‍ରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ। ବିଜେତାଙ୍କ ନାମ ଘୋଷଣା କରି ଇମ୍ପାକ୍ଟର ଟ୍ରଷ୍ଟି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମତପ୍ରକାଶ କରିଛନ୍ତି, ଆମର ନିରନ୍ତର ଉଦ୍ୟମ ଫଳରେ ରାଜ୍ୟ ତଥା ଜାତୀୟସ୍ତରରେ ଖେଳାଳିଙ୍କୁ ଉତ୍ସାହ ଯୋଗାଇ ଦେବାରେ ସମର୍ଥ ହୋଇଥିବାରୁ ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ। ଯଥାର୍ଥରେ ମୂଲ୍ୟବୋଧ ଓ ସ୍ୱଚ୍ଛତା ରକ୍ଷା ସହିତ ବର୍ଷବର୍ଷ ଧରି ଏକଲବ୍ୟ ପୁରସ୍କାର କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ସୂଚାନାଯୋଗ୍ୟ, ରାଜ୍ୟରେ ଦଶନ୍ଧି ଦଶନ୍ଧି ଧରି କ୍ରୀଡ଼ା, କଳା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ମର୍ଯ୍ୟାଦାଜନକ କାର୍ଯ୍ୟକୁ ଉତ୍ସାହିତ କରି ଆସୁଥିବା ଇମ୍ପାର ସୋସିଆଲ ୱିଙ୍ଗ୍‍ ଇମ୍ପାକ୍ଟ ଦ୍ୱାରା ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଛି। ପୂର୍ବରୁ ହକି ତାରକା ଅଲିମ୍ପିଆନ ଦିଲୀପ ତିର୍କୀ, ପ୍ରବୋଧ ତିର୍କୀ, ଇଗ୍ନେସ ତିର୍କୀ, ଓ ଦୀପସାନ ତିର୍କୀଙ୍କ ସମେତ ଚେସ୍‍ ଖେଳାଳି ଦେବାଶିଷ ଦାସ, ପଦ୍ମିନୀ ରାଉତ, କ୍ରିକେଟର ଶିବସୁନ୍ଦର ଦାସ, ଦେବାଶିଷ ମହାନ୍ତି, ସୁଟର ଶ୍ରୀୟଙ୍କା ଷଡଙ୍ଗୀ, ଭାରୋତ୍ତୋଳକ କାଟୁଲ ରବି କୁମାର, ଧାବିକା ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଏହି ସମ୍ମାନଜନକ ପୁରସ୍କାର ହାସଲ କରି ସାରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories