www.samajalive.in
Saturday, December 6, 2025
26.1 C
Bhubaneswar

ଚୋରି କରିଥିଲେ ପାକିସ୍ତାନର ବରିଷ୍ଠ ଅଧିକାରୀ, ସିସିଟିଭି ଫୁଟେଜରୁ ଧରା ପଡିଲେ, ଦେଖନ୍ତୁ ଭିଡିଓ

ଲାହୋର.-  କୁଏତର ପାକିସ୍ତାନକୁ ଅତିଥି ଭାବେ ଆସିଥିବା କିଛି  ସରକାରୀ ପ୍ରତିନିଧି । ଏମାନଙ୍କ ମଧ୍ୟରୁ ଜଣଙ୍କର ପର୍ସ ବା  ଅର୍ଥ ଥିବା ବଟୁଆଟି ଚୋରି ହୋଇଯାଇଥିଲା।  ଏକ ବୈଠକ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା । ପାକିସ୍ତାନରେ ପୁଞ୍ଜି ନିବେଶ ପାଇଁ ଏହି ଦୁଇ ଦିନିଆ ବୈଠକ ଚାଲିଥିଲା । କୁଏତ୍‌ର ପ୍ରତିନିଧି ଜଣଙ୍କ ବଟୁଆକୁ ଟେବୁଲ ଉପରେ ରଖି ଯ।ଇଥିଲେ । ଏହି ସମୟରେ କେହି ସେଠାରେ ଉପସ୍ଥିତ ନ ଥିଲେ । ସେ ଆସି  ବଟୁଆକୁ  ଖୋଜା ଖୋଜି କରିଥିଲେ । ଏଥିରେ ତାଙ୍କର ଡେବିଟ୍‌ କାର୍ଡ ସହ ଅନ୍ୟ କେତକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା । ମାତ୍ର ବଟୁଆଟି ମିଳି ନଥିଲା ।

ପରେ ସେଠାରେ ଥିବା ଅନ୍ୟ ଅଧିକାରୀମାନେ ସିସି ଟିଭି ଫୁଟେଜକୁ ଯାଞ୍ଚ କରିବା ପାଇଁ କହିଥିଲେ । ସିସିଟିଭି ଫୁଟେଜରୁ ପାକିସ୍ତାନର  ପୁଞ୍ଜି ନିବେଶର ବିଭାଗର ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ସଚିବ ଜରାର ହାଇଦର ଖାନ୍‌ ଏହାକୁ ଚୋରି କରୁଥିବା ଦେଖିବାକୁ ମିଳିଥିଲା । ସେ ଏହାକୁ ଚଟାପଟ ଉଠାଇ ନିଜ କମିଜର ପକେଟରେ ଏହାକୁ ରଖୁଥିବା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାକିସ୍ତାନର  ସରକାର ସୂଚନା ଦେଇଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories