www.samajalive.in
Saturday, December 6, 2025
16.1 C
Bhubaneswar

ଖଟିଆରେ ବୁହାହେଲେ ପ୍ରସୂତି, ବାଟରେ ଜନ୍ମନେଲା ଶିଶୁକନ୍ୟା

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଚାଉଳ ଘେରି ଗ୍ରାମର ଜଣେ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ର ନେଉଥିବା ବେଳେ ବାଟରେ ସେ ଏକ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡିଛି। ଖବରଅନୁସାରେ ଚାଉଳ ଘେରି ଗ୍ରାମର ରାସ୍ତା ଓ ନାଳ ଖରାପଯୋଗୁଁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରି ନଥିଲା ତେଣୁ ଖଟିଆରେ ବୋହି ଗର୍ଭବତୀ ମହିଳା ବାବୁଲୁ ସିଂ ର ସ୍ତ୍ରୀ ସୁକୁମଣି ସିଂକୁ ସ୍ବାସ୍ଥ୍ୟକେନ୍ଦ୍ର ନେଉଥିବାବେଳେ ବାଟରେ ସେ ଏକ ଶିଶୁକନ୍ୟାକୁ ଜନ୍ମଦେଇଥିଲେ । ପରେ ନାଳ ପାଖରେ ଥିବା ଆମ୍ବୁଲାନ୍ସରେ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories