www.samajalive.in
Monday, December 15, 2025
24.1 C
Bhubaneswar

ସ୍ପାଇଡର୍-ମ୍ୟାନ୍ ମୁଖା ପିନ୍ଧିବା ପଛର କାରଣ

ପିଲାଠାରୁ ବୟସ୍କ ସମସ୍ତଙ୍କ ପ୍ରିୟ କମିକ୍ ଚରିତ୍ର ସ୍ପାଇଡର୍‌ ମ୍ୟାନ୍‌ ସହ ତା’ର ହାତ ଜାଲ ବୁଣା ଓ ପୋଷାକ ମଧ୍ୟ ବେଶ୍ ଲୋକପ୍ରିୟ। ଆମେରିକାର ନାମକରା କମିକ୍‌ ପୁସ୍ତକ ଲେଖକ ଷ୍ଟାନ୍‌ ଲି ହିଁ ଏଇ ଚରିତ୍ର ‘ସ୍ପାଇଡର୍‌ ମ୍ୟାନ୍’କୁ ଜନ୍ମ ଦେଇଥିଲେ। କେବଳ ଏଇ ଚରିତ୍ର ନୁହେଁ, ଅନ୍ୟ ଚରିତ୍ର ‘ଆକ୍ବା ମ୍ୟାନ୍’, ‘ବ୍ୟାଟ୍‌ ମ୍ୟାନ୍’, ‘ସ୍ୟାଣ୍ଡ ମ୍ୟାନ୍’, ‘ସୁପର ମ୍ୟାନ୍’, ‘ୱାଣ୍ଡର ୱମ୍ୟାନ୍’କୁ ମଧ୍ୟ ଷ୍ଟାନ୍‌ ଲି ରୂପ ଦେଇଥିଲେ। ତାଙ୍କର ଅନ୍ୟ କମିକ୍ ଚରିତ୍ର ପରି ସ୍ପାଇଡର୍‌ ମ୍ୟାନ୍ ମଧ୍ୟ ଦେଶବିଦେଶରେ ଲୋକପ୍ରିୟ। ଏକ ସାକ୍ଷାତକାର୍‌ରେ ଷ୍ଟାନ୍‌ ଲିଙ୍କୁ ପଚରାଗଲା, ତାଙ୍କର ସମସ୍ତ ସୁପର୍‌ ହିରୋଙ୍କ ମଧ୍ୟରେ ସ୍ପାଇଡର୍‌ ମ୍ୟାନ୍ ଏଭଳି ବ୍ୟତିକ୍ରମ କିପରି ହେଲା? ଷ୍ଟାନ୍‌ ଲି ଉତ୍ତର ଦେଇଥିଲେ, ସ୍ପାଇଡର୍ ମ୍ୟାନ୍ ଅନ୍ୟ ସୁପର୍ ହିରୋଙ୍କ ଠାରୁ ଆଦୌ ଅଲଗା ନୁହେଁ। ଏହି କମିକ୍ ଚରିତ୍ରରେ ଏକମାତ୍ର ଭିନ୍ନତା ହେଉଛି, ପୂରା ମହଁକୁ ମୁଖାରେ ଆବୃତ କରାଯାଇଛି। ଏହା ପଛର କାରଣ ଯେତେବେଳେ ଉପସ୍ଥାପିକା ପଚାରିଲେ, ଷ୍ଟାନ୍ ଲି ବ୍ୟଙ୍ଗରେ କହିଥିଲେ ମୁଖା ପିନ୍ଧିବା ପଛର କାରଣ ହେଲା, ତାଙ୍କ ସ୍ପାଇଡର୍‌ ମ୍ୟାନ୍ ଶତ୍ରୁକୁ ସାମ୍ନାରେ ଦେଖି ଡରିଗଲେ, ତା’ ଭୟାତୁର ମୁହଁକୁ ଶତ୍ରୁ ଯେପରି ନ ଦେଖୁ। ଶତ୍ରୁକୁ ନିଜଦୁର୍ବଳତା ଦେଖାଇଲେ ହାରିବା ଥୟ, ଏହି କାରଣ ପାଇଁ ସ୍ପାଇଡର୍‌ ମ୍ୟାନ୍ ଚରିତ୍ରକୁ ମୁଖାରେ ଆବୃତ କରାଯାଇଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories