୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ଡେସ୍କ : ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ବସିବ । ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ଏହି ବିଶେଷ ଅଧିବେଶନ ଚାଲିବ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଳାଦ ଯୋଶୀ । ସେପ୍ଟେମ୍ବର ୧୮ ରୁ ୫ ଦିନ ଧରି ଉଭୟ ଗୃହର ଅଧିବେଶନ ବସିବ ବୋଲି ଜଣାପଡିଛି ।

ଅମୃତକାଳରେ ସଂସଦର ଏହି ସ୍ବତନ୍ତ୍ର ଅଧିବେଶନରେ ଅନେକ ଗୁରୁତ୍ବପୁର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଶ୍ରୀ ଯୋଶୀ କହିଛନ୍ତି।

Comments are closed.