ଯୁବପିଢ଼ିଙ୍କ ପସନ୍ଦ – ବିବାହ ଋଣ

ନିକଟତମ ସର୍ବେକ୍ଷଣରୁ ଜଣାପଡ଼ିଛି, ନୂଆଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁରେ ଯୁବବର୍ଗ ବିବାହ ଋଣ ନେବାରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ସମ୍ପ୍ରତି ବିବାହ ଏକ ବର୍ଣ୍ଣାଢ୍ୟ ଖର୍ଚ୍ଚରେ ପରିଣତ ହୋଇଛି। ଏଣୁ ବାପା-ମା’ଙ୍କ ଉପରେ ଅଧିକ ଚାପ ନ ଦେଇ ପିଲାମାନେ ନିଜ ବିବାହ ଖର୍ଚ୍ଚ ଉଠାଇବାକୁ ସ୍ଥିର କରୁଛନ୍ତି। ଚାକିରି କିମ୍ବା ବ୍ୟବସାୟରୁ ହେଉଥିବା ରୋଜଗାରରେ ସେମାନେ ଯଥା ଶୀଘ୍ର ଋଣ ପରିଶୋଧ କରୁଥିବା ବିଷୟରେ ଜଣାଇଛନ୍ତି ଋଣ ଦେଉଥିବା କମ୍ପାନୀ। ବେଙ୍ଗାଲୁରୁରେ ଏକ ଜଣାଶୁଣା ଅର୍ଥ ନେଣଦେଣ କରୁଥିବା ସଂସ୍ଥା ମୁଖ୍ୟ ପରିଚାଳକ କହିଛନ୍ତି, ୨୬%ରୁ ଅଧିକ ଯୁବପିଢ଼ି ଏବେ ଋଣ ନେଇ ବିବାହ କରିବାକୁ ପସନ୍ଦ କରୁଛନ୍ତି। ୩୧% ଯୁବବର୍ଗ ନିଜ ଜମା ପୁଞ୍ଜିରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ। ତେବେ, ବିବାହ ପାଇଁ ସହଜରେ ଋଣ ମିଳୁଥିବାରୁ ସେମାନେ ନିଜ ଖର୍ଚ୍ଚ ପାଇଁ ବାପା-ମା’ଙ୍କୁ ଆଉ ବ୍ୟସ୍ତ କରିବାକୁ ଚାହୁଁନଥିବା ଜଣାପଡ଼ିଛି। ୧,୨୦୦ ଲୋକଙ୍କୁ ନେଇ ଏକ ଅନୁଧ୍ୟାନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ଯୁବବର୍ଗ ୧-୫ ଲକ୍ଷ ଟଙ୍କା ବିବାହ ଋଣ ନେବାକୁ ଆଗ୍ରହ ଦେଖାଉଥିବା ପ୍ରକାଶ।

kalyan agarbati

Comments are closed.