୧୦ ଆଙ୍ଗୁଠିରେ ୧୦ଟି ତୂଳୀ

ବିଚିତ୍ର ଏଇ ବିଶ୍ବ। କିଏ ପ୍ରକୃତିଦତ୍ତ ଭାବେ ବଳୀୟାନ୍ ତ’ ଆଉ କେହି ମୁଣ୍ଡ ବୁଦ୍ଧି ଖଟାଇ ନିଜ ବୁଦ୍ଧିମତ୍ତାର ପରିଚୟ ଦେଉଛି। ବେଲାରୁଷ୍ ବାସିନ୍ଦା ଚିତ୍ରକର ସର୍ଜ ଫ୍ରିଲେଞ୍ଜର୍ ଏମିତି ନିଜ ବୁଦ୍ଧି ଖଟାଇ ଗଣମାଧ୍ୟମ ଦୃଷ୍ଟିକୁ ଆସିଛନ୍ତି। ଈଶ୍ବର ପ୍ରଦତ୍ତ ଚିତ୍ରକଳା କ୍ଷମତା ପାଇଁ ସର୍ଜ ନିଜକୁ ଭାଗ୍ୟବାନ୍ ମଣନ୍ତି। ପ୍ରାୟ ୭ ବର୍ଷ ଧରି ଚିତ୍ର କରିଆସୁଛନ୍ତି ସେ। ତେବେ, ପ୍ରତିଦିନ ଚିତ୍ର ଆଙ୍କିବାବେଳେ ବାରମ୍ବାର ତୂଳୀ ବଦଳାଇବାରେ ତାଙ୍କୁ ଅସୁବିଧା ହେଲା। ସର୍ଜ ଏହି ସମସ୍ୟା ସମାଧାନ ପାଇଁ ପ୍ରଥମେ ତିନୋଟି ତୂଳୀ ତିନି ଆଙ୍ଗୁଠିରେ ରଖି ଚିତ୍ର କରିବା ଶିଖିଲେ। ଏଭଳି ଉପାୟରେ ସଫଳ ଓ ଦକ୍ଷ ହେବା ପରେ ସେ ତୂଳୀ ସଂଖ୍ୟା ବଢ଼ାଇଲେ। ସମୟକ୍ରମେ ଦଶଟି ଆଙ୍ଗୁଠିରେ ତୂଳୀ ଧରି ଚିତ୍ର ଆଙ୍କିବାରେ ସକ୍ଷମ ହୋଇଥିଲେ ସର୍ଜ। ଏଥିପାଇଁ ତାଙ୍କୁ ମାନସିକ ଭାବେ ମଧ୍ୟ ସ୍ଥିରତା ଆଣିବାକୁ ପଡ଼ିଥିଲା। ନିୟମିତ ଧ୍ୟାନ କରିବା ପରେ ସର୍ଜଙ୍କ ବିଚଳିତ ହେବା କମିଲା ଓ ଶେଷରେ ସେ ଦଶ ଆଙ୍ଗୁଠିରେ ଦଶଟି ତୂଳୀ ଧରି ଚିତ୍ର ଆଙ୍କି ଏକ ପ୍ରକାର ରେକର୍ଡ ସ୍ଥାପନ କରିଛନ୍ତି କହିଲେ ଚଳେ।

kalyan agarbati

Comments are closed.