ସ୍ୱାଦରେ ଦମ୍‌ଦାର୍ – ଭଲକାନୋ ପରଟା

ଆମ ଭାରତୀୟ ଲୋକଙ୍କ ଖାଦ୍ୟପାନୀୟ ଉପରେ ଟିକେ ଅଧିକ ଆଗ୍ରହ। ଦେଶର ଯେଉଁ ରାଜ୍ୟକୁ ଯିବେ, ସେଠିକାର କିଛି ନା କିଛି ସ୍ବତନ୍ତ୍ର ଖାଦ୍ୟ ଥିବ। ଏଇ କଥାଟି ସେତିକିରେ ସୀମିତ ନୁହେଁ, ପ୍ରତିଦିନ ଭାରତରେ ନୂଆନୂଆ ନାଁ ଓ ସ୍ବାଦରେ ଖାଦ୍ୟ ତିଆରି ହେବା ସହିତ ସେସବୁର ପ୍ରଚାର ବି ଜୋର୍‌ଦାର୍ ହେଉଛି। ଏଇ ପରିପ୍ରେକ୍ଷୀରେ ପୁରୁଣା ଦିଲ୍ଲୀର ‘ଭଲକାନୋ ପରଟା’ ସାମାଜିକ ଗଣମାଧ୍ୟମରେ ନୂଆ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆଗ୍ନେୟ ଉଦ୍‌ଗୀରଣ ପରଟା ସ୍ବାଦରେ ବି ବେଶ୍‌ ଦମ୍‌ଦାର୍ ବୋଲି କେତେଜଣ ଖାଦ୍ୟପ୍ରିୟ ଲୋକ ମତାମତ ଦେଇଛନ୍ତି। ଦିଲ୍ଲୀରେ ଏବେ ଜୋର୍ ଶୀତ ପଡ଼ିଛି। ଜାଡ଼ ଶୀତରେ ବେପାର ବଢ଼ାଇବା ପାଇଁ ପୁରୁଣା ଦିଲ୍ଲୀର ଖାଉ ଗଲିରେ ମନୋଜ ବିହାରୀ ନାମ୍ନ​‌େ​‌ର ଜଣେ ଦୋକାନୀ ଭଲକାନୋ ପରଟା ବିକ୍ରି ଆରମ୍ଭ କରିଛନ୍ତି, ଯାହାକୁ ଖାଇବା ପାଇଁ ପ୍ରତିଦିନ ସନ୍ଧ୍ୟାବେଳୁ ତାଙ୍କ ଦୋକାନ ଆଗରେ ଭିଡ଼ ଲାଗୁଛି। ଘିଅ-ବଟର ମିଶା ଏଇ ପରଟା ଗୋଟିଏ ଦାମ୍‌ ୧୨୦ ଟଙ୍କା। ଯିଏ ଗୋଟେ ପରଟା ଖାଉଛି, ସେ ତା’ ପରଦିନ ପୁଣି ଧାଇଁ ଆସୁଛି। ଭଲକାନୋ ପରଟା ବିଷୟରେ ସାମାଜିକ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହେବା ସହିତ କେତେକ ବର୍ଗର ଲୋକ ଏଭଳି ନାଁ ଶୁଣି କ୍ଷୋଭ ପ୍ରକାଶ କରି ମତାମତ ବି ଦେଇଛନ୍ତି।

kalyan agarbati

Comments are closed.