ଇକୋ କ୍ୟାପସୁଲ୍ ହୋମ୍ – ବିନା ବିଦ୍ୟୁତ୍‌ରେ ସମସ୍ତ ସୁବିଧା

ଫିନ୍‌ଲ୍ୟାଣ୍ଡରେ ଗବେଷଣା କରୁଥିବା କେତେଜଣ ସ୍ଥପତି ଏକ ସୁନ୍ଦର ତଥା ବାସପଯୋଗୀ ଘରଟେ ତିଆରି କରିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ଘରେ ବିଦ୍ୟୁତ୍ ସରବରାହ ନଥିବା ସତ୍ତ୍ବେ ସେଥିରେ ଦୁଇଜଣ ବ୍ୟକ୍ତି ଆରାମରେ ୧୫ ମାସ ରହିପାରିବେ। ଗବେଷକଦଳ ଏହି ଘରକୁ ‘ଇକୋ-କ୍ୟାପସୁଲ୍-ହୋମ୍’ ଦେଇଛନ୍ତି। ଜଣେ ବ୍ୟକ୍ତି ନିଜ ଗାଡ଼ି ପଛରେ ଏହି ଘରକୁ ନେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବ ଓ ହୋଟେଲରେ ରହି ଟଙ୍କା ଅଯଥାରେ ଖର୍ଚ୍ଚ କରିବା ପରିବର୍ତ୍ତେ ସେହି ଘରେ ବେଶ୍ ଲମ୍ବା ସମୟ ରହିପାରେ। ସୋଲାର୍ ପ୍ୟାନେଲ୍, ୱିଣ୍ଡ ଟର୍ବାଇନ୍‌ ଭଳି ବ୍ୟବସ୍ଥା ଥିବା ଏହି ଘରେ ଛୋଟ ରୋଷେଇ ଘର ସହିତ ଉଭୟ ଥଣ୍ଡା-ଗରମ ପାଣି ସୁବିଧା ବି ମିଳିବ। ଏସବୁ ସହିତ ବର୍ଷାଜଳ ଜମା କରିବା ପାଇଁ ଘରେ ସ୍ବତନ୍ତ୍ର ବନ୍ଦୋବସ୍ତ ଅଛି। ଏଭଳି ସୁବିଧା ଥିବା ଘର ମୂଲ୍ୟ ୨କୋଟି ୫୫ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି।

Comments are closed.