ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମନ୍ବିତ ବିକାଶ
କୃଷ୍ଣ ଚନ୍ଦ୍ର ବଡ଼ୁ
କଥାରେ ଅଛି ଏକ ସିଙ୍ଗରେ ମାଟି ତାଡ଼ି ହୁଏନାହିଁ। ତେଣୁ ଉଭୟ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଓ ସମନ୍ୱିତ ବିକାଶ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଗଠନମୂଳକ ସାହାଯ୍ୟ ଓ ସହେଯାଗ ଅପରିହାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନିଗମର ମେୟର ସୁଲୋଚନା ଦାସ, ମହାନିଗମର କମିସନର, ଅତିରିକ୍ତ କମିସନର, ଜୋନାଲ ଉପଯୁକ୍ତ / ସଂଯୁକ୍ତ ଉପଯୁକ୍ତ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ବିଭିନ୍ନ ୱାର୍ଡକୁ ଯାଇ ୱାର୍ଡ କର୍ପୋରେଟର, ୱାର୍ଡ ଅଫିସର ଓ ସଂପୃକ୍ତ ୱାର୍ଡର ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ସହ ସଂପୃକ୍ତ ୱାର୍ଡପାଇଁ କଅଣ କରାଯାଉଛି ଓ କଅଣ କରାଯିବ ଉପସ୍ଥିତ ୱାର୍ଡ ବାସିନ୍ଦାଙ୍କ ସହ ମୁକ୍ତ ଓ ଖୋଲାଖୋଲି ଆଲୋଚନା କରିବା ଜାରିରଖିଛନ୍ତି ୱାର୍ଡରେ ଏକଦିନ କାର୍ଯ୍ୟକ୍ରମ ଜରିଆରେ । ଭୁବନେଶ୍ୱର ମହାନିଗମର ଯେତିକି ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ୱାର୍ଡ ବାସିନ୍ଦା ଓ ବିଭିନ୍ନ ସଂସ୍ଥାମାନଙ୍କର ସେତିକି ଦାୟିତ୍ବ ଓ କର୍ତ୍ତବ୍ୟ ମଧ୍ୟ ରହିଛି ।
୨. ପ୍ରଥମ ସମସ୍ୟା ହେଲା ପାଣିପାଗ ପରିବର୍ତ୍ତନ ଯୋଗୁଁ ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବର୍ଷକୁ ବର୍ଷ ଉତ୍ତାପ ବଢିବଢି ଚାଲିଛି । ଏହା ଆଗକୁ ଆହୁରି ଅସହ୍ୟ ହୋଇ ଉଠିବ । ଏହାର ଦୁଇଟି ମୁଖ୍ୟ କାରଣ ହେଲା ବ୍ୟାପକ ଚାରା ରୋପଣ ନକରି ବର୍ତ୍ତମାନ ଯେଉଁଠି ବି ଛୋଟ ବଡ଼ ଗଛ ଅଛି ସେଗୁଡ଼ିକୁ ନିର୍ଦୟ ଭାବରେ ହତ୍ୟା କରାଯାଉଛି ବା ରାସ୍ତା ପ୍ରଶସ୍ତୀକରଣ ନାଆଁରେ ଓ ବର୍ତ୍ତମାନ କେତେକ ଘରଗୁଡିକରେ ଯାହା ବି ଗଛ ଅଛି ତାକୁ କାଟି ଘରକୁ ରାସ୍ତା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉଛି। ବିଡିଏ, ଗୃହ ନିର୍ମାଣ ସଂସ୍ଥା ଘର ବା ଜାଗା ବଣ୍ଟନ କଲାବେଳେ ପ୍ରାୟ ସଂପୃକ୍ତ ଜାଗାର ୩୦ ରୁ ୪୦% ଖୋଲା ରଖିବାକୁ ଓ ଘର ଚ଼ାରିପଟେ ୫-୬ ଫୁଟ ଜାଗା ଖୋଲା ରଖିବାକୁ ଘରର ନକ୍ସା ଅନୁମୋଦନ କଲାବେଳେ ଯେଉଁ ସର୍ତ୍ତ ରଖାଯାଇଛି ପ୍ରାୟ ୯୦ ରୁ ୯୫% ଲୋକ ତାହା କରୁନାହାନ୍ତି। ଅନେକ କ୍ଷେତ୍ରରେ ବିଡିଏ ବା ହାଉସିଂ ବୋର୍ଡରୁ ନେଇଥିବା ଘରକୁ ଭାଙ୍ଗି ସମସ୍ତ ଖୋଲା ଜାଗାକୁ ମିଶାଇ ତିନି – ଚାରି ମହଲା ଫ୍ଲାଟକରି ବଡ଼ ବଡ଼ ବ୍ୟବସାୟୀ ସଂସ୍ଥାକୁ ଭଡ଼ାଦେଉଛନ୍ତି । ଆଗରୁ ଘର କମ୍ପାଉଣ୍ଡ ଭିତରେ ଯଦି ଗୋଟିଏ ଦୁଇଟା ଗଛ ଅଛି, ତାକୁ ହତ୍ୟାକରି ବଳି ଦେଉଛନ୍ତି । ନୂଆ ଗଛଟାଏ ଲଗାଇବାକୁ ଉଚ଼ିତ ମନେ କରୁନାହାନ୍ତି କି ସେଥିପାଇଁ ମଧ୍ୟ ଜାଗା ବି ଛାଡ଼ୁନାହାନ୍ତି । ତେଣୁ ବିଡ଼ିଏ, ଗୃହନିର୍ମାଣ ସଂସ୍ଥା ଘର କଲାବେଳେ ବା ପ୍ଲାନ୍ ମଞ୍ଜୁର କଲାବେଳେ ୩୦-୪୦% ଜାଗା ଖୋଲା ରଖିବା ପାଇଁ ସର୍ତ୍ତ ରଖିବା ସଙ୍ଗେସଙ୍ଗେ କରଞ୍ଜ, ବେଲ, ଆମ୍ୱ ଇତ୍ୟାଦି ଅତି କମରେ ୩ ଟି ଗଛ ଲଗାଇବାପାଇଁ କଠୋର ସର୍ତ୍ତ ରଖାଯିବା ଦରକାର ।
୩. ରାସ୍ତା ପ୍ରଶସ୍ତୀକରଣ ବା ନୂଆ ରାସ୍ତା ନିର୍ମାଣ କରିବା ପାଇଁ ଆବଶ୍ୟକ ହେଲେ ଯଦି କିଛି ଗଛ କାଟିବା ନିହାତି ଦରକାର ମନେହୁଏ, ତେବେ ସେହି ସଂପ୍ରସାରିତ ବା ନୂତନ ରାସ୍ତାର ଦୁଇକଡ଼ରେ ଫୁଟ୍ପାଥ କରେ କରେ ନିମ୍ବ, କରଞ୍ଜ, କୃଷ୍ଣଚୂଡ଼ା, ଆମ୍ବ, ପଣସ ଇତ୍ୟାଦି ଚାରା ବ୍ୟାପକ ଭାବରେ ଲଗାଇବା ପାଇଁ ବ୍ୟବସ୍ଥା କରାଯାଉ ଏବଂ ଏ ବାବଦରେ ରାସ୍ତା ସଂପ୍ରସାରଣ ବା ନୂତନ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଖର୍ଚ୍ଚ ଆକଳନରେ ବ୍ୟାପକ ଚାରାରୋପଣର ଖର୍ଚ୍ଚ ମଧ୍ୟ ଏକ ଅଂଶ ହିସାବରେ ନିଆଯାଉ । ଯେଉଁ ସଂସ୍ଥାକୁ ଏହି ରାସ୍ତା କାମ କରିବାକୁ ଟେଣ୍ଡର ଜରିଆରେ ବଛାଯିବ,ଚାରା ରୋପଣ ଓ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ପାଇଁ ସର୍ତ୍ତ ରଖାଯାଉ ।
୪. ସହରାଞ୍ଚଳ ପାଇଁ ଚାରା ରୋପଣ, ରକ୍ଷଣାବେକ୍ଷଣ ପାଇଁ ଯେଉଁ ବ୍ୟବସ୍ଥା କରାଯିବ ଗ୍ରାମାଞ୍ଚଳରେ ମଧ୍ୟ ତାହା ଲାଗୁ କରିବା ବାଧ୍ୟତା ମୂଳକ କରାଯାଉ । ଆଜିକାଲି ଆଗପରି ପ୍ରତ୍ୟେକ ଗାଆଁରେ ଓ ପ୍ରତ୍ୟେକ ସହରରେ ଆଉ ସେହି ସବୁଜିମା ନାହିଁ କି ପ୍ରତି ଘରେ ବିଭିନ୍ନ ଋତୁରେ ଘରେଘରେ ବାଡିବଗିଚ଼ାରେ ଗଛ ଲଗାଇବା ଓ ପନିପରିବା ଚ଼ାଷ କରାଯାଉନାହିଁ ।
୫. ବର୍ତ୍ତମାନ ଥିବା ଜଙ୍ଗଲଗୁଡ଼ିକୁ ନିଷ୍ଠାର ସହ ରକ୍ଷଣାବେକ୍ଷଣା କରିବା ସହ ଧ୍ୱଂସ ହୋଇ ଯାଇଥିବା ଜଙ୍ଗଲଗୁଡ଼ିକର ପୁନଃରୁଦ୍ଧାର ଓ ନବୀକରଣ ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଫଳପ୍ରଦ ପଦକ୍ଷେପ ନେବା ନିହାତି ଦରକାର। ନୂତନ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲର ପରିଧି ବଢିଲେ କେନ୍ଦ୍ରୀୟ ଅର୍ଥ କମିସନଙ୍କ ଜରିଆରେ ରାଜ୍ୟ ମଧ୍ୟ କେନ୍ଦ୍ରୀୟ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ କେନ୍ଦ୍ରୀୟ ଟିକସରୁ ଅଧିକା ପାଇବାପାଇଁ ସୁଯୋଗ ରହିଛି କାରଣ ଚତୁର୍ଦଶ କମିଶନ (୨୦୧୫-୨୦) କେନ୍ଦ୍ରୀୟ ଟିକସରୁ Forest cover ପାଇଁ ୭.୫% ଓ ପଞ୍ଚଦଶ କମିସନ (୨୦୨୦-୨୧ ଓ ୨୦୨୧-୨୬) Forest and Ecology ପାଇଁ ୧୦% କୁ ବଢ଼ାଇ ଦେଇଛନ୍ତି ।
୬. ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିସନ (୨୦୨୧-୨୬) ଓଡ଼ିଶାର ଗ୍ରାମାଞ୍ଚଳ ସ୍ୱାୟତ୍ତ ସଂସ୍ଥାପାଇଁ ୧୦୭୮୦ କୋଟି ମଧ୍ୟରୁ ସ୍ୱାସ୍ଥ୍ୟ ସେବାପାଇଁ ୧୯୮୦ କୋଟି ଏବଂ ଅବଶିଷ୍ଟ ୮୮୦୦ କୋଟି ମୌଳିକ ସେବାପାଇଁ ଖର୍ଚ୍ଚ ମଧ୍ୟରୁ ୫୦% ଅର୍ଥାତ୍ ୪୪୦୦ କୋଟି ଟଙ୍କା ମୈାଳିକ ସେବା ଓ ଅବଶିଷ୍ଟ ୪୪୦୦ କୋଟି ଟଙ୍କା ପରିଷ୍କାର ପରିଚ୍ଛନ୍ନତା, ବାହାରେ ମଳମୂତ୍ର ତ୍ୟାଗ ବନ୍ଦକରିବା, ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ, ବ୍ୟବହୃତ ଜଳକୁ ପରିଶୋଧନ କରି ପୁନଃ ବ୍ୟବହାର ଯୋଗ୍ୟ କରିବାପାଇଁ ସର୍ତ୍ତ ରଖାଯାଇଛି । ସେହିପରି ସହରାଞ୍ଚଳ କ୍ଷେତ୍ରରେ ୪୯୭୯ କୋଟି ମଧ୍ୟରୁ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବାପାଇଁ ୪୭୪ କୋଟି ଟଙ୍କା ବାଦଦେଲେ ଅବଶିଷ୍ଟ ୪୪୯୮ କୋଟିର ୫୦% ମୈାଳିକ ସେବା ପାଇଁ ଏବଂ ଅବଶିଷ୍ଟ ୫୦% ଟ.୨୨୪୯ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ବ୍ୟବହୃତ ଜଳକୁ ପରିଚ୍ଛନ୍ନ କରି ପୁନଃ ବ୍ୟବହାର ଯୋଗ୍ୟ କରିବା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚ଼ାଳନା ପାଇଁ ଖର୍ଚ୍ଚ କରିବାକୁ ସର୍ତ୍ତ ରଖାଯାଇଛି ।
ସେହିପରି ସହରାଞ୍ଚଳ କ୍ଷେତ୍ରରେ ୪୯୭୯ କୋଟି ମଧ୍ୟରୁ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବାପାଇଁ ୪୭୪ କୋଟି ଟଙ୍କା ବାଦଦେଲେ ଅବଶିଷ୍ଟ ୪୪୯୮ କୋଟିର ୫୦% ମୈାଳିକ ସେବା ପାଇଁ ଏବଂ ଅବଶିଷ୍ଟ ୫୦% ଟ.୨୨୪୯ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ବ୍ୟବହୃତ ଜଳକୁ ପରିଚ୍ଛନ୍ନ କରି ପୁନଃ ବ୍ୟବହାର ଯୋଗ୍ୟ କରିବା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚ଼ାଳନା ପାଇଁ ଖର୍ଚ୍ଚ କରିବାକୁ ସର୍ତ୍ତ ରଖାଯାଇଛି ।
ଦିନ ଦ୍ୱିପହରେ ସରକାରୀ ଟଙ୍କା କିପରି ବରବାଦ କରାଯାଉଛି ସେଗୁଡିକର ସାମାଜିକ ଅଡିଟ୍ ନିହାତି ହେବା ସଙ୍ଗେ ସ୍ଥାନୀୟ ଜନସାଧାରଣଙ୍କ ସଜାଗ ପ୍ରହରୀଭାବରେ କାର୍ଯ୍ୟ କରିବାକୁ ପଡିବ ।
Comments are closed.