www.samajalive.in
Sunday, December 14, 2025
16.1 C
Bhubaneswar

ମାନସିକ ସମସ୍ୟାର ଚିକିତ୍ସା ନିମନ୍ତେ ଉନ୍ନତ ଓ ଆଧୁନିକ ଚିକିତ୍ସା ପଦ୍ଧତି

ସାରା ବିଶ୍ବରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ବାରା ଆକ୍ରାନ୍ତ। ବିଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ମାନସିକ ସମସ୍ୟା ଅତି ଦ୍ରୁତଗତିରେ ବୃଦ୍ଧି ପାଇଛି। ଏଥିମଧ୍ୟରୁ ଡିପ୍ରେସନ, ଏଙ୍ଗଜାଇଟି, ଅନିଦ୍ରା, ସିଜୋଫ୍ରେନିଆ ଓ ଷ୍ଟ୍ରେସ ଆଦି ପ୍ରମୁଖ। ମାନସିକ ସମସ୍ୟାଗୁଡିକର ଚିକିତ୍ସା ନିମନ୍ତେ ବିଗତ କିଛିବର୍ଷ ମଧ୍ୟରେ ଅନେକ ଉନ୍ନତ ଚିକିତ୍ସା ପଦ୍ଧତି ଉପଲବ୍ଧ ହେଲାଣି। ପୂର୍ବରୁ ଏକ ଦୁରାରୋଗ୍ୟ ଭାବରେ ବିବେଚିତ ସିଜୋଫ୍ରେନିଆ ରୋଗର ଚିକିତ୍ସା ନିମନ୍ତେ ଉନ୍ନତ ଔଷଧ ସହିତ ଆଧୁନିକ ପଦ୍ଧତିରେ ବୈଦ୍ୟୁତିକ ଚିକିତ୍ସା (ଇସିଟି) ଓ ମାସିକିଆ ଇଂଜେକସନ ଦ୍ବାରା ବହୁ ରୋଗୀ ସୁସ୍ଥ ଲାଭ କରିପାରୁଛନ୍ତି।

ଯେଉଁ ରୋଗୀମାନେ ଔଷଧ ଖାଇବା ପାଇଁ ରାଜି ହେଉନାହାନ୍ତି, ସେମାନଙ୍କ ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ବାଦହୀନ, ଗନ୍ଧହୀନ ଓ ରଙ୍ଗହୀନ ଟାବ୍ଲେଟ ଅଛି। ଯେଉଁଗୁଡିକ ଖାଦ୍ୟ ଓ ପାନୀୟରେ ମିଶିଯାଇଥାଏ । ଯାହାଦ୍ୱାରା ରୋଗୀ ଔଷଧ ଖାଇଲେ ମଧ୍ୟ ଜାଣି ପାରି ନ ଥାଏ। ବର୍ତ୍ତମାନର ଆଧୁନିକ ଚିକିତ୍ସା ଯୁଗରେ ମାନସିକ ରୋଗଗୁଡିକର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧଗୁଡିକ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଏଗୁଡିକର କୌଣସି ବଡ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉ ନାହିଁ। ଡିପ୍ରେସନ ରୋଗର ଚିକିତ୍ସା ନିମନ୍ତେ ଔଷଧ ଛଡା କେତେକ ଉନ୍ନତ ଓ ଆଧୁନିକ ଚିକିତ୍ସା ପଦ୍ଧତି ଯଥା ଟିଡିସିଏସ, ଆରଟିଏମଏସ ର ବ୍ୟବହାର ଦ୍ବାରା ରୋଗୀ ସଂପୂର୍ଣ୍ଣ ଭଲ ହୋଇପାରୁଛନ୍ତି। କେତେକ ମାନସିକ ସମସ୍ୟା ଅଛି ଯେଉଁଥିରେ ପ୍ରାରମ୍ଭିକ ଅବସ୍ଥାରେ କେବଳ ନିୟମିତ କାଉନ୍‌ସେଲିଙ୍ଗ (ମନସ୍ତାତ୍ତ୍ବିକ ଚିକିତ୍ସା) ଦ୍ବାରା ରୋଗୀ ଭଲ ହୋଇପାରିବ। ଲୋକମାନେ ରୋଗର ପ୍ରାରମ୍ଭିକ ଅବସ୍ଥାରେ ଅବହେଳା ନ କରି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଉଚିତ ଚିକିତ୍ସା ନେଲେ ସଂପୂର୍ଣ୍ଣ ରୂପରେ ସୁସ୍ଥ ହୋଇପାରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories