www.samajalive.in
Monday, December 15, 2025
14.1 C
Bhubaneswar

ଅମୃତ କାଳର ପଞ୍ଚ ପ୍ରତିଜ୍ଞା

ଚଳିତବର୍ଷ ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲାର ରକ୍ତିମ ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନ ମାଧ୍ୟମରେ ଆଉ ଏକ କୀର୍ତ୍ତି ସ୍ଥାପନ ହୋଇଥିଲା; ତାହା ଥିଲା ଏକ ଅମୃତକାଳର ପ୍ରଥମ ପ୍ରଭାତର ଶଙ୍ଖନାଦ। ଯେଉଁ ସକାଳର ପ୍ରତିଟି କାକର ବିନ୍ଦୁଠାରୁ ଆରମ୍ଭ କରି ସୂର୍ଯ୍ୟଙ୍କ କିରଣର ପ୍ରତିଟି କଣିକାରେ ଦେଖିବାକୁ ମିଳୁଥିଲା ଆତ୍ମନିର୍ଭର ଭାରତର ଅତୁଳନୀୟ ସାମର୍ଥ୍ୟରେ ଗୌରବାନ୍ୱିତ ଉପାଦାନ ସବୁ। ଗଗନପବନ ସବୁଠାରେ ୨୦୪୭ର ବିକଶିତ ଭାରତର ଭବ୍ୟ ଆଭା ଉଦ୍‌ଭାସିତ ହେଉଥିଲା।

ଅମୃତ କାଳର ଏହି ଦିଗଜୟୀ ଓ ବିଶ୍ୱବିଜୟୀ ପଥରେ ଅଗ୍ରସର ହେଉଥିବା ଦେଶର କୋଟିକୋଟି ଜନସାଧାରଣଙ୍କର ଅସଂଖ୍ୟ ପ୍ରୟାସକୁ ଆହୁରି ପ୍ରୋତ୍ସାହିତ ଏବଂ ଊର୍ଜାବାନ କରିବାରେ ତିଳେ ହେଁ ଊଣା ନକରି ପ୍ରତ୍ୟେକ ହୃଦୟର ମହକମଣି ପ୍ରଧାନ ସେବକ ଶ୍ରୀ ମୋଦୀ ଏହି ଅମୃତ କାଳରେ ପଞ୍ଚ ପ୍ରତିଜ୍ଞାର ଘୋଷଣା କଲେ। ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କର ଦାୟିତ୍ୱରେ ବିଗତ ୨୦ ବର୍ଷ ଧରି ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଚିନ୍ତାଧାରା, ନିଷ୍ପତ୍ତି ଏବଂ ନୀତିରେ ପଞ୍ଚ ପ୍ରତିଜ୍ଞାର ପ୍ରେରଣା ସ୍ପଷ୍ଟ ଭାବରେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ଯେଉଁ ପ୍ରଥମ ପ୍ରତିଜ୍ଞା ଦେଶ ସମ୍ମୁଖରେ ରଖିଛନ୍ତି ତାହା ହେଉଛି ଯେ, ପ୍ରତ୍ୟେକ ଭାରତୀୟଙ୍କୁ ବୃହତ୍‌ ସଂକଳ୍ପ ସହିତ ହିଁ ଆଗକୁ ବଢ଼ିବାକୁ ହେବ; କାରଣ ସଂକଳ୍ପ ବିନା ବୃହତ୍‌ ଲକ୍ଷ୍ୟ ହାସଲ କରିବା ଅସମ୍ଭବ।

- Advertisement -

କାରିଗରୀ ଜ୍ଞାନ କୌଶଳର ଏହି ନୂଆ ଯୁଗରେ ଯଦି ବୈଷୟିକ ଜ୍ଞାନ କ୍ଷେତ୍ରରେ ବୃହତ୍‌ ଲକ୍ଷ୍ୟ ଧାର୍ଯ୍ୟ କରାନଯାଏ ତେବେ ରାଷ୍ଟ୍ରର ନବଉଦ୍‌ଭବର ପରମ ବୈଭବ ହାସଲ ହୋଇପାରିବ ନାହିଁ ଅଥବା ଅସମ୍ଭବ ହୋଇପାରେ। ଏହି ସଂକଳ୍ପକୁ ସାକାର କରି ଆମର କୁଶଳୀ ଯନ୍ତ୍ରୀମାନେ ୪ଜି କାରିଗରୀର ସମ୍ପୂର୍ଣ୍ଣ ଷ୍ଟେକ୍ ବିକଶିତ କରିଛନ୍ତି। ଭାରତ ଆଜି ୫ଜି ନେଟୱାର୍କର ଶୁଭାରମ୍ଭ ଏବଂ ୫ଜି ଟେଷ୍ଟବେଜ୍ ପରି ସୁବିଧାଗୁଡ଼ିକୁ ରୂପଦେଇ ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକର କାନ୍ଧରେ କାନ୍ଧ ମିଶାଇ ଚାଲିଛି। ତା ସହିତ ୬ଜିର ବିକାଶ ଦ୍ୱାରା ଦୁନିଆରେ ଅନ୍ୟମାନଙ୍କଠାରୁ ପାଦେ ଆଗରେ ରହିବାର ବିଶ୍ୱାସ ସହ ମାଡ଼ି ଚାଲିଛି। ବିଗତ ୮ ବର୍ଷ ମଧ୍ୟରେ ୨ ୟୁନିଟରୁ ଆରମ୍ଭ କରି ୨୦୦ରୁ ଅଧିକ ମୋବାଇଲ ନିର୍ମାଣ କେନ୍ଦ୍ରର ସ୍ଥାପନ ସହ ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍‌ ମୋବାଇଲ ନିର୍ମାତା ଭାବେ ପରିଚୟ ସୃଷ୍ଟି କରିଛି। ଦେଶରେ ମୋବାଇଲ ଏବଂ ତତ୍ ସମ୍ୱନ୍ଧିତ ଉପକରଣ ନିର୍ମାଣର ପୂରା ‘ଇକୋସିଷ୍ଟମ’ ବିକଶିତ ହୋଇପାରିବା ଏକ ବଡ଼ ସଂକଳ୍ପଭାବେ ପ୍ରମାଣିତ ହୋଇପାରିଛି।

ଭାରତରେ ସେମିକଣ୍ଡକ୍ଟର ମିଶନର ପରିକଳ୍ପନା ଆଗାମୀ ୨୦ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଛି। ଆଜି ବି ବିଶ୍ୱରେ ଡିପ୍ ଡିଜାଇନରମାନଙ୍କ ମଧ୍ୟରେ ୨୦ ପ୍ରତିଶତ ଭାରତୀୟ ଏବଂ ଏହିପରି ୮୫ ହଜାର ମାନବ ସମ୍ୱଳଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇ କ୍ଷମତାଶାଳୀ କରାଯାଉଛି ଯିଏ ସାରା ବିଶ୍ୱ ପାଇଁ ସମ୍ପୂର୍ଣ୍ଣ ବିଶ୍ୱସନୀୟ ଏବଂ କୁଶଳୀ ସାଥି ଭାବେ ନିଜକୁ ପ୍ରତିଷ୍ଠିତ କରି ଭାରତର ଗର୍ବ ଓ ଗୌରବ ହୋଇ ପାରିବେ।
ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଣୋଦିତ ଦ୍ୱିତୀୟ ପ୍ରତିଜ୍ଞା ହେଉଛି ଯେ ଆମର ମନ ଭିତରେ ଗୋଲାମିର ଟିକିଏ ବି ଅଂଶ ଯଦି ରହିଯାଇଛି ତେବେ ତାକୁ ନିପାତ କରିବାକୁ ହେବ। କାରଣ ମନର ପରାସ୍ତରେ ହିଁ ପରାସ୍ତ ଏବଂ ବିଜୟରେ ହିଁ ମଣିଷର ବିଜୟ ହୋଇଥାଏ। ଯଦି ଆମ ମନଭିତରେ ଗୋଲାମିର ଭାବନା ଘର କରିଦିଏ ତେବେ ଆମେ ନିଜକୁ ଅନ୍ୟମାନଙ୍କଠାରୁ ହୀନ ଭାବିବା ଓ ନିଜର ମୂଲ୍ୟାୟନ କମ୍ କରି ଦେବା ଫଳରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିବା ନାହିଁ। ବିଗତ ୮ ବର୍ଷ ଭିତରେ ଏମିତି ଅନେକ ସୁଯୋଗ ଓ ମଞ୍ଚ ଆସିଛି ଯେଉଁଠି ଆମେ ବିଶ୍ୱ ସହ ପାଦ ମିଶାଇ ଚାଲିଛେ ଏବଂ ବିଭିନ୍ନ କ୍ଷେତ୍ରରେ ଅନ୍ୟମାନଙ୍କ ତୁଳନାରେ ଉତ୍ତମ ପରିଣାମ ଦେଇଛେ। ଏହି ସଂକଳ୍ପ ଆମେ ଡିଜିଟାଲ ପେମେଣ୍ଟ, ଟିକାକରଣ ଏବଂ କାରିଗରୀ କ୍ଷେତ୍ରରେ ପ୍ରମାଣିତ କରି ଦେଖାଇଛେ।

ଭାରତରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ମାଧ୍ୟମରେ ଡାକବାଲା ଆଜି ଘର ପର୍ଯ୍ୟନ୍ତ ବିତ୍ତୀୟ ସେବା ବି ପହଞ୍ଚାଉଛନ୍ତି। ଆଧାର ମାଧ୍ୟମରେ ଲାଭାର୍ଥୀମାନଙ୍କୁ ଲାଭ ସୁନିଶ୍ଚିତ କରାଯାଉଛି। ଅନ୍ତୋଦୟର ଅବଧାରଣାକୁ ପୂର୍ଣ୍ଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଭାରତର ନିଜର ଡିଜିଟାଲ ଗଭର୍ଣ୍ଣାନସ ମଡେଲକୁ ଆଜି ଦୁନିଆ ଦେଖୁଛି। କରୋନାର ଭୟଙ୍କର ବିପତ୍ତି ସମୟରେ ବିଦେଶୀ ଟିକା ବଦଳରେ ସ୍ୱଦେଶୀ ଟିକା ଲଗାଇବା ଗୋଲାମି ଭାବନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ସମଗ୍ର ଦେଶରେ ସାଧାରଣ ଜନତା ନିଜ ଦେଶର ବୈଜ୍ଞାନିକଙ୍କୁ ବିଶ୍ୱାସ କରିବା ହିଁ ନୂଆ ଭାରତର ନୂଆ ଚିନ୍ତାଧାରାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ଆତ୍ମନିର୍ଭର ଭାରତର ଏହି ୨୫ ବର୍ଷର ବିକାଶ ଯାତ୍ରା ସେତେବେଳେ ଯାଇ ସଫଳ ହେବ, ଯେତେବେଳେ ଭାରତ ଗୋଲାମି ଏବଂ ପର ଉପରେ ନିର୍ଭର ରହିବାର ଚିନ୍ତାଧାରାରୁ ମୁକ୍ତ ହୋଇ ବିଶ୍ୱ ସାମ୍ନାରେ ନିଜେ ନିଜର ଏକ ‘ମାନକ’ ବା ମାନଦଣ୍ଡ ଭାବେ ନିଜକୁ ପ୍ରଦର୍ଶନ କରିପାରିବ। ଆଜି ଭାରତରେ ଆଧୁନିକ କାରିଗରୀରେ ସମୃଦ୍ଧ ବନ୍ଦେ ଭାରତ ଟ୍ରେନ୍ ଏବଂ କବଚ ସୁରକ୍ଷା ବ୍ୟବସ୍ଥା ଦେଶର କୁଶଳୀ ଯନ୍ତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଉଛି। ଭାରତର କାରିଗରୀ ଓ ଜ୍ଞାନର ଶ୍ରେଷ୍ଠତା ଏବଂ ଆତ୍ମ ନିର୍ଭରଶୀଳତାର କୃତିତ୍ବକୁ ଆଜି ସାରା ବିଶ୍ୱ ଉନ୍ମୁକ୍ତ ଦୃଷ୍ଟିରେ ଦେଖି ଆଚମ୍ୱିତ।

ପ୍ରଧାନମନ୍ତ୍ରୀ ଯେଉଁ ତୃତୀୟ ପ୍ରତିଜ୍ଞା ଉପସ୍ଥାପନ କଲେ, ତାହା ନିଜ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଗର୍ବ କରିବାର ସୁଯୋଗ ପ୍ରଦାନ କରେ। ଏହା ନିଜର ସଂସ୍କୃତିକୁ ଆହୁରି ସମୃଦ୍ଧ ଏବଂ ପରମ୍ପରାକୁ ବିକଶିତ ହେବାର ମୂଳଦୁଆ ଭାବେ ବିବେଚନା କରିବା ସମ୍ବନ୍ଧୀୟ ଏକ ଦୃଢ଼ ପ୍ରତିଜ୍ଞା ପରି ପ୍ରତୀତ ହୁଏ। କୌଣସି ବି ଦେଶ ବା ସମାଜ, ନିଜର ପରମ୍ପରା ଓ ସଂସ୍କୃତିକୁ ଉପେକ୍ଷା କରି କେବେ ବି ନିଜକୁ ସୁଦୃଢ଼ ପ୍ରମାଣିତ କରିପାରିବ ନାହିଁ। ଏହା କୌଣସି ବି ରାଷ୍ଟ୍ରର ଏକତା ଏବଂ ସମୃଦ୍ଧିର ମୂଳ ତତ୍ତ୍ୱ। ଏହି ମୂଳ ଭାବନା ଓ ଚିନ୍ତାଧାରା ସହିତ ହିଁ ଭାରତର ସାଂସ୍କୃତିକ ବୈଭବକୁ ଦେଶ ଏବଂ ଦୁନିଆ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଭାରତ ଗୌରବ ଯାତ୍ରା ଅଧୀନରେ ରାମାୟଣ ଏକ୍ସପ୍ରେସ ଏବଂ ଦିବ୍ୟ କାଶୀ ଏକ୍ସପ୍ରେସର ପରିକଳ୍ପନା କରାଯାଇଛି। ଭାରତର ଖାଦ୍ୟପାନୀୟ, ଭାଷା, ବେଶଭୂଷା, ଜଳବାୟୁର ବିବିଧତା ହିଁ ଦେଶର ପ୍ରତି କୋଣ ଅନୁକୋଣରେ ସ୍ଥାନୀୟ ସଂସ୍କୃତିକୁ ଏକ ଅଦ୍ୱିତୀୟ ତଥା ସ୍ୱତନ୍ତ୍ର ସ୍ୱରୂପ ଓ ପରିଚୟ ଦେଇଛି। ଏହି ବୈଶିଷ୍ଟ୍ୟ ଆଧାରରେ ସମଗ୍ର ଦେଶରେ ‘ଏକ ଷ୍ଟେସନ ଏକ ଉତ୍ପାଦ’ ଉପକ୍ରମ ମାଧ୍ୟମରେ ସ୍ଥାନୀୟ ଭାରତୀୟ ସଂସ୍କୃତି ଏବଂ କଳାକୁ ଲୋକଲୋଚନକୁ ଆଣିବାର ଅଭିନବ ପ୍ରୟାସ କରାଯାଇଛି ଯେମିତିକି ଚେନ୍ନଇ ରେଳ ଷ୍ଟେସନରେ କାଞ୍ଚିପୁରମ ସିଲ୍କ ଶାଢ଼ି, ନ୍ୟୁ ଜଲପାଇଗୁଡ଼ି ଷ୍ଟେସନରେ ବାଉଁଶର ଉତ୍ପାଦ ଏବଂ ପୁରୀ ରେଳ ଷ୍ଟେସନରେ ପଟ୍ଟଚିତ୍ର ଓ କାଠର ଖେଳନା ଇତ୍ୟାଦିର ଉପଲବ୍ଧତାକୁ ପ୍ରୋତ୍ସାହିତ କରାଯାଇଛି।

ସମସ୍ତ ରେଳ ଷ୍ଟେସନର ନବୀକରଣ, ଡିଜାଇନିଂ ଏବଂ ଆର୍କିଟେକଚର, ସ୍ଥାନୀୟ ପରମ୍ପରା ଏବଂ ସଂସ୍କୃତିକୁ ଦୃଷ୍ଟିରେ ରଖି କରାଯାଉଛି ଯାହାକୁ ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ପୂରଣ ଉପଯୋଗୀ କରାଯିବାର ଲକ୍ଷ୍ୟ ରହିଛି। ଏହି ବିଶ୍ୱସ୍ତରୀୟ ରେଳ ଷ୍ଟେସନ, ସାଂସ୍କୃତିକ ଇତିହାସ, ପରମ୍ପରା ଏବଂ ଭବିଷ୍ୟତ ପାଇଁ ଉନ୍ନତ କାରିଗରୀର ସମନ୍ୱୟର ଏକ ଆଦର୍ଶ ଉଦାହରଣ। ଦେଶକୁ ନିଜର ଚତୁର୍ଥ ପ୍ରତିଜ୍ଞା ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ମନ୍ତ୍ର ଦେଇଛନ୍ତି ତାହା ହେଉଛି ଏକତା ହିଁ ଶକ୍ତିର ଭାବନା। ଏକତା ଦ୍ୱାରା ଉତ୍ପନ୍ନ ଶକ୍ତିରେ ଏକ ଅଖଣ୍ଡ ଓ ଶ୍ରେଷ୍ଠ ଭାରତର ନିର୍ମାଣର ପ୍ରତିଜ୍ଞା। ଏକଥା ସମସ୍ତେ ଜାଣନ୍ତି ଯେ, ଏକତାରେ ଅମାପ ଶକ୍ତି ଥାଏ। ଯଦି ବ୍ୟକ୍ତି ବା ସଂସ୍ଥାମାନେ ସାମୂହିକ ଭାବରେ ମିଳିମିଶି କୌଣସି କାମ କରିଥାନ୍ତି ତାହା କେବଳ ଯେ ତୀବ୍ର ଗତିରେ ହୋଇଥାଏ ତାହା ନୁହେଁ, ବରଂ ସେଥିରେ ସଶକ୍ତତା ସହିତ ଦୀର୍ଘ ମିଆଦି ଉଦ୍ଦେଶ୍ୟଗୁଡ଼ିକୁ ହାସଲ କରିବାର କ୍ଷମତା ବି ଥାଏ।
ଏହି ମୂଳ ମନ୍ତ୍ର ସହିତ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ଏବଂ ଆରମ୍ଭ କରାଯାଇଛି ଏକ ସମ୍ପୂର୍ଣ୍ଣ ଭିନ୍ନ ଯୋଜନା – ଗତି ଶକ୍ତି ଯୋଜନା। ଏହା ଅଧୀନରେ ସରକାରଙ୍କର ବିଭିନ୍ନ ବିଭାଗଗୁଡ଼ିକୁ ସମନ୍ୱିତ କରାଯାଇ ଏକ ସମ୍ମିଳିତ ଇନ୍‌ଫ୍ରାଷ୍ଟ୍ରକଚର ବିକାଶ ମଡେଲ ସ୍ଥାପିତ କରାଯାଇଛି। ଏହି ମାଷ୍ଟର ପ୍ଲାନ ଭାରତୀୟ ଅର୍ଥବ୍ୟବସ୍ଥାର ପରବର୍ତ୍ତୀ ୨୫ ବର୍ଷର ବିକାଶଶୀଳତାର ଏକ ସୁଦୃଢ଼ ମୂଳଦୁଆ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଳା ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ପ୍ରତ୍ୟେକ ଘରେ ନଳରେ ଜଳ, ୱାନ୍ ନେସନ ୱାନ୍ ​‌େ​‌ରସନ କାର୍ଡ ପରି ବ୍ୟାପକ ଯୋଜନାଗୁଡ଼ିକ ସହିତ ଏକବିଂଶ ଶତାବ୍ଦୀର ଭାରତ ଏକ ସର୍ବ ସମନ୍ୱୟ ସମାଜର ପରିଭାଷାକୁ ସୁଦୃଢ଼ କରୁଛି। ପ୍ରଧାନମନ୍ତ୍ରୀଙ୍କର କୁଶଳୀ ନେତୃତ୍ୱରେ ମହାମାରୀ କରୋନା କାଳରେ ବନ୍ଦେ ଭାରତ ମିଶନ ଏବଂ ୟୁକ୍ରେନ୍-ରୁଷ ଯୁଦ୍ଧ ପରିସ୍ଥିତିରେ ଅପରେସନ ଗଙ୍ଗା ଅଧୀନରେ ଭାରତକୁ ଫେରାଇ ଅଣାଯାଇଥିବା ଭାରତୀୟମାନଙ୍କର ବିଶ୍ୱାସ ଆଜି ଅଖଣ୍ଡ ଭାରତର ଏକତାର ସ୍ପଷ୍ଟ ପ୍ରତିବିମ୍ୱ।

ପ୍ରଧାନମନ୍ତ୍ରୀ ମହୋଦୟ ଦେଶକୁ ଯେଉଁ ପଞ୍ଚମ ପ୍ରତିଜ୍ଞା ଦେଇଛନ୍ତି ତାହା ହେଉଛି ଦେଶର ପ୍ରତ୍ୟେକ ନାଗରିକ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ରହିବା। ଯେତେ ପର୍ଯ୍ୟନ୍ତ ଦେଶର ପ୍ରତି ନାଗରିକ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ଭାବନା ରଖିବେ ନାହିଁ, ସେତେ ଦିନ ଯାଏ କୌଣସି ବି ବଡ଼ ସାମାଜିକ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ ଏବଂ ଦେଶ ତାର ବୃହତ୍ତମ ଲକ୍ଷ୍ୟ ହାସଲ କରିପାରିବ ନାହିଁ। ପ୍ରତ୍ୟେକ ଜନସାଧାରଣଙ୍କର ଭାଗିଦାରୀ ଦ୍ୱାରା ହିଁ ଏକ ବୃହତ୍‌ ପରିବର୍ତ୍ତନକୁ ଅନୁଭବ କରାଯାଇପାରିବ। ଭାରତକୁ ସଶକ୍ତ କରିବାର ବିକାଶଯାତ୍ରାକୁ ଏକ ଜନ ଆନ୍ଦୋଳନ ରୂପରେ ଆଗକୁ ବଢ଼ାଇବାକୁ ହେବ। ଏହାର ଏକ ଦୃଷ୍ଟାନ୍ତ କୋଭିଡ ଟିକାକରଣ। ସମସ୍ତେ ମିଳିତ ଭାବରେ ପ୍ରୟାସ କଲେ, ତେଣୁ ଭାରତର ଏହି ଦୃଷ୍ଟାନ୍ତ ସୃଷ୍ଟିକାରୀ ଅଭିଯାନ ସଫଳ ହେଲା। ଯେମିତି ଭାରତୀୟ ରେଳ ଆଧୁନିକ ରେଳ ଷ୍ଟେସନ ଏବଂ ଟ୍ରେନଗୁଡ଼ିକ ଦ୍ୱାରା ନାଗରିକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଉତ୍ସର୍ଗୀକୃତ, ଠିକ୍ ସେମିତି ପ୍ରତ୍ୟେକ ନାଗରିକ ସେଗୁଡ଼ିକୁ ପରିଷ୍କାରପରିଚ୍ଛନ୍ନ ଏବଂ ସୁରକ୍ଷିତ ରଖିବାର ନିଜର କର୍ତ୍ତବ୍ୟକୁ ମଧ୍ୟ ପାଳନ କରିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ସ୍ୱଚ୍ଛ ଭାରତ ରୂପକ ବ୍ୟାପକ ଜନଆନ୍ଦୋଳନ ନାଗରିକ କର୍ତ୍ତବ୍ୟର ମହତ୍ତ୍ବ ଦର୍ଶାଇଛି।

ପ୍ରତ୍ୟେକ ନାଗରିକ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ କ୍ରମେ ‘ହର ଘର ତିରଙ୍ଗା’ ଅଭିଯାନକୁ ସଫଳ କରି ରାଷ୍ଟ୍ର ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ପୂରଣ କରି ସାରା ବିଶ୍ୱ ସମ୍ମୁଖରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଏହି ପାଞ୍ଚ ପ୍ରତିଜ୍ଞା ଦେଶର ଶୀର୍ଷ ନେତୃବୃନ୍ଦଠାରୁ ଆରମ୍ଭ କରି ସମାଜର ଅନ୍ତିମ ଚରଣରେ ଅବସ୍ଥାପିତ ପ୍ରତ୍ୟେକ ନାଗରିକଙ୍କୁ ଏକତ୍ର କରି, ଗୋଟିଏ ଲକ୍ଷ୍ୟ ଆଜକୁ ମିଳିତ ଭାବରେ ଅଗ୍ରସର କରାଇବା ନିମନ୍ତେ ଏକଜୁଟ କରିବାର ଏକ ଅନନ୍ୟ ପ୍ରୟାସ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆହ୍ୱାନ କ୍ରମେ ଏହି ପଞ୍ଚ ପ୍ରତିଜ୍ଞାକୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ଓ ଦୃଢ଼ତାର ସହ ଅନୁସରଣ କରି ୧୪୦ କୋଟି ଭାରତୀୟଙ୍କର ପ୍ରତିଶ୍ରୁତିବଦ୍ଧତା ସହିତ ଖୁବ୍ ଶୀଘ୍ର ଆମେ ବିକଶିତ ଭାରତର ନିର୍ଦ୍ଧାରିତ ଲକ୍ଷ୍ୟକୁ ପାଇବାରେ ନିଶ୍ଚିତ ଭାବରେ ସଫଳ ହେବା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories