www.samajalive.in
Sunday, December 14, 2025
17.1 C
Bhubaneswar

ଅଖିଳେଶଙ୍କ ବୈଠକକୁ ଆସିଲେନି ୭ ସପା ବିଧାୟକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁବାର ଦଳ ବିଧାୟକଙ୍କ ଏକ ବୈଠକ ଡାକିଥିଲେ । ସପା ନେତା ନରେଶ ଅଗ୍ରୱାଲଙ୍କ ବିଜେପିରେ ଯୋଗଦାନ ପରେ ଅନ୍ୟ ବିଧାୟକମାନେ ଦଳ ସହ ଅଛନ୍ତି କି ନାହିଁ ପରୀକ୍ଷା କରିବାକୁ ଏହି ବୈଠକକୁ ଗୁରତ୍ୱପୂର୍ଣ୍ଣ ମନେ କରାଯାଉଥିଲା। ହେଲେ ସପାର ଏହି ବିଧାୟକ ଦଳ ବୈଠକରେ ୭ ବିଧାୟକ ଯୋଗ ଦେଇନଥିବା ସୂଚନା ମିଳିଛି । ଏପଟେ ଗୋରଖପୁର ଏବଂ ଫୁଲପୁର ଲୋକସଭା ଉପନିର୍ବାଚନରେ ସପା ପ୍ରାର୍ଥୀକୁ ଜିତିବାରେ ସହଯୋଗ କରିଥିବା ବସପାକୁ ରାଜ୍ୟସଭା ନିର୍ବାଚନରେ ୧୦ ବିଧାୟକଙ୍କ ସମର୍ଥନ ଦେବାକୁ ଅଖିଳେଶ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ବୈଠକରେ ଆଲୋଚନା ହେବାର ଥିଲା । ରାଜ୍ୟସଭା ନିର୍ବାଚନରେ ବସପା ପ୍ରାର୍ଥୀଙ୍କ ବିଜୟ ପାଇଁ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲାବେଳେ କଂଗ୍ରେସ ୭, ଅଜିତ ସିଂହଙ୍କ ଦଳ ଗୋଟିଏ ଏବଂ ସପା ୧୦ ବିଧାୟକଙ୍କ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିଥିଲେ । ସପା ବୈଠକରେ ସପାର ୪୭ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଯୋଗ ଦେଇଥିଲେ । ଆଉ ୭ ବିଧାୟକ କୌଣସି କାରଣରୁ ଯୋଗ ଦେଇନଥିଲେ । ଅଖିଳେଶ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ତେବେ ସପା ବିଧାୟକ ଦଳ ବୈଠକରେ ୭ ବିଧାୟକଙ୍କ ଅନୁପସ୍ଥିତି ରାଜ୍ୟସଭା ନିର୍ବାଚନ ଗଣିତକୁ ବିଗାଡ଼ି ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଏହାକୁ ନେଇ ସପାରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଫଳରେ ସପା ରାଜ୍ୟସଭା ନିର୍ବାଚନରେ ବସପାକୁ ସମର୍ଥନ ଦେବ ନା ନିଜ ଆସନ ବଞ୍ଚାଇବାକୁ ଚେଷ୍ଟା କରିବ ତାହା ଦେଖିବାକୁ ବାକି ରହିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories