mission shakti banner

ରାଜ୍ୟ ସଭାର ସବୁଠାରୁ ଗରିବ ସଦସ୍ୟ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

BSKY banner  750×100
0

କଟକ: ଏଡିଆର୍‌ର ସୂଚନା  ଅନୁସାରେ ବିଜୁ ଜନତା ଦଳର ରାଜ୍ୟ ସଭା ସଦସ୍ୟ ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟସଭାର ସବୁଠାରୁ ଗରିବ ସଦସ୍ୟ । ବିଜେଡି ଅଚ୍ୟୁତ ସାମନ୍ତଙ୍କ ସହ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କୁ ରାଜ୍ୟ ସଭାକୁ ପଠାଇଛି । ଅଚ୍ୟୁତ ସାମନ୍ତ ବିଶ୍ୱ ସ୍ତରୀୟ ଶିକ୍ଷା  ସଂସ୍ଥାନ କିଟ୍‌ର ପ୍ରତିଷ୍ଠାତା । ତାଙ୍କୁ ଦ୍ନାରା ପ୍ରତିଷ୍ଠା କରାଯାଇଥିବା କିସ୍‌ରେ ୨୫ ହଜାରୁ ଊର୍ଦ୍ଧ୍ୱ ଗରିବ  ଆଦିବାସୀ ଛାତ୍ରଛାତ୍ରୀ ମାଗଣାରେ ଶିକ୍ଷା ଗ୍ରହଣ ସହ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଛନ୍ତି । ହେଲେ ଅଚ୍ୟୁତ ସାମନ୍ତଙ୍କ ନିକଟରେ ୪.୧୨ ଲକ୍ଷ ଟଙ୍କାର ସ୍ଥାବର ଓ ୮୩,୭୧୪ ଟଙ୍କା ନଗଦ ରାଶି ରହିଥିବା ନିଜ ସତ୍ୟପାଠରେ ଦର୍ଶାଇଥିବା ଏଡିଆର୍‌ ପକ୍ଷରୁ ଉଲ୍ଲେଖ କରାଯାଇଛି।

ଶିକ୍ଷାର ବହୁଳ ପ୍ରଚାର ପ୍ରସାର  ଅଚ୍ୟୁତ ସାମନ୍ତ କରିଛନ୍ତି । ତାଙ୍କର ଅଧିକାଂଶ ଖର୍ଚ୍ଚ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିଶ୍ୱବିଦ୍ୟାଳୟ ଉଠାଉଛି । କିଟ୍‌ ଓ କିସ୍‌କୁ କେନ୍ଦ୍ର ଏବେ ସ୍ୱାୟତତା ପ୍ରଦାନ କରିଛି । ଏବେ ସେ ଶିକ୍ଷାର ଉଚ୍ଚତର ସ୍ତରକୁ ସ୍ପର୍ଶ କରିପାରିବେ । ସେ ଆଦିବାସୀ ପିଲାଙ୍କ ପାଇଁ ଚଳାଉଥିବା କିସ୍‌ ପାଇଁ କାହାକୁ କିଛି ମାଗି ନାହାନ୍ତି । ଲୋକମାନେ ସ୍ୱେଚ୍ଛାରେ ଏଥିପାଇଁ ଦାନ କରଛନ୍ତି ବୋଲି ଡକ୍ଟର ସାମନ୍ତ ପ୍ରକାଶ କରିଛନ୍ତି । କିସ୍‌ କ୍ୟାମ୍ପସ ଭିତରେ ସେ ସାଇକେଲ୍‌ରେ ବୁଲି ଥାଆନ୍ତି ।

ଅଚ୍ୟୁତ ସାମନ୍ତ ମାତ୍ର ଚାରି ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ।  ସେ ସେତେବେଳେ  ଏକ ପଛୁଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପନି ପରିବା ବିକି କରି ତାଙ୍କ ମାଆ ତାଙ୍କର ଭରଣ ପୋଷଣ କରିଥିଲେ । ସେ ଅନେକ ଝଡଝଞ୍ଜାର ସାମ୍ନା କରିଥିଲେ ମଧ୍ୟ ପାଠ ପଢିବା ଛାଡି ନଥିଲେ । ରସାୟନରେ ସେ ଏମ୍‌ଏସ୍‌ସି କରି ବା ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପାଠ ପଢାଇଥିଲେ । ଶିକ୍ଷାର ପ୍ରଚାର ପ୍ରସାର ପାଇଁ  ସେ ଚିନ୍ତା କରିଥିଲେ । ଏହି କ୍ଷେତ୍ରରେ ଅଚ୍ୟୁତ ସାମନ୍ତ ଏତେ ଆଗକୁ ବଢି ଚାଲିଲେ ଯେ ଆଉ ପଛକୁ ଫେରି ଚାହିନାହାନ୍ତି । କିନ୍ନର ସମାଜର ବିକାଶ ପାଇଁ କିନ୍ନର ସାଧନା ମିଶ୍ରଙ୍କୁ ନିଜ ବିଶ୍ୱବିଦ୍ୟାଳୟରେ ଉନ୍ନୟନ ଅଧିକାରୀଙ୍କ ଚାକିରି ଦେଇଛନ୍ତି । ଏଥିପାଇଁ ତାଙ୍କ ପ୍ରତି ସମସ୍ତ କିନ୍ନର ଚିର ଋଣୀ ହୋଇଥିବା କଥା କିନ୍ନର ଆଖଡାର ପୂର୍ବ ଭାରତର ମହାମଣ୍ଡଳେଶ୍ୱର ମୀରା ପରିଡା କହିଛନ୍ତି ।

୧୧୯୨-୯୩ରେ ମାତ୍ର ୫ ହଜାରଟଙ୍କା ପୁଞ୍ଜିରେ ସେ ଭୁବନେଶ୍ୱରରେ କିଟ୍‌ର ପ୍ରତିଷ୍ଠା କରିଥିଲେ । ସେହି ସମୟରେ ଏଥିରେ ୧୨ ଜଣ ଛାତ୍ର ଥିଲେ । ଏବେ କିଟ୍‌ର ମୋଟ ପୁଞ୍ଜିର ପରିମାଣ ୮୦୦ କୋଟି ଟଙ୍କା । ଏବେ ଗରିବ ଆଦିବାସୀଙ୍କର ଉନ୍ନତି ପାଇଁ ସେ କିସ୍‌ ପ୍ରତିଷ୍ଠା କରିଛନ୍ତି । ଏଥିରେ ଶିକ୍ଷା ପ୍ରଦାନ ସହ ସେମାଙ୍କୁ ବିଭିନ୍ନ ବିଷୟରେ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ୧୯୯୭ରେ କିଟ୍‌କୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିଥିଲା । ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ ଦେଉଥିବା ଏହା ବିଶ୍ୱର ସବୁଠାରୁ ବଡ ସଂସ୍ଥା ବୋଲି ଦାବି କରାଯାଉଛି । ଆଦିବାସୀ ପିଲା ମାଗଣାରେ ପିଜି ପର୍ଯ୍ୟନ୍ତ ଶିକ୍ଷାଦାନର ସୁବିଧା ପାଉଛନ୍ତି । ଏଠାରେ ଇଂଜିନିୟରିଂ, ଏମ୍‌ବିଏ, ମେଡିକାଲଲ୍ ଶିକ୍ଷାଦନର ବ୍ୟବସ୍ଥା ରହିଛି । ଏଥିରେ ନିଯୁକ୍ତି ହାର ବି ବେଶ୍‌ ଭଲ । ଏଠାରେ ୧୦ ହଜାର କର୍ମଚାରୀ କାମ କରୁଛନ୍ତି । ସମସ୍ତଙ୍କ ଆଶା ଓ ଭରସା ହେଉଛନ୍ତି ଅଚ୍ୟୁତ ସାମନ୍ତ । ନିରକ୍ଷରତାର ଅନ୍ଧାରକୁ ଦୂର କରି ଶିକ୍ଷାର ଆଲୋକର ପ୍ରଚାର ପ୍ରସାର ପାଇଁ  ଅଚ୍ୟୁତ ସାମନ୍ତଙ୍କର ସଂଗ୍ରାମ ଜାରି ରହିଛି ।

Leave A Reply