www.samajalive.in
Saturday, December 6, 2025
15.1 C
Bhubaneswar

କୋହଲିଙ୍କ ବିନା ଅନୁପସ୍ଥିତିରେ ଏସିଆ କପ ଜିତିପାରିବ ଭାରତ : ଗାଙ୍ଗୁଲି

କୋଲକାତା : ଚଳିତ ବର୍ଷ ଏସିଆକପ ଶନିବାର ଠାରୁ ଦୁବାଇରେ ଆରମ୍ଭ ହୋଇଯାଇଛି। ଏହାର ପ୍ରଥମ ମ୍ୟାଚ ବଙ୍ଗଳାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଛି। ଏସିଆକପରେ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ହଙ୍ଗ୍‍କଙ୍ଗ୍‍କୁ ଭେଟିବ। ଏହି ମ୍ୟାଚ ସେପ୍ଟେମ୍ବର ୧୮ତାରିଖରେ ଅନୁଷ୍ଠିତ ହେବ। ଭାରତ ସେପ୍ଟେମ୍ବର ୧୯ରେ ଦ୍ୱିତୀୟ ମ୍ୟାଚ ଖେଳିବ। ଦ୍ୱିତୀୟ ମ୍ୟାଚରେ ଦଳ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଏଥର ବିରାଟ କୋହଲିଙ୍କ ବିନା ଅନୁପସ୍ଥିତିରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିବେ। ବିରାଟ କୋହଲିଙ୍କ ଅନୁଉପସ୍ଥିତ ଦଳ ଉପରେ ଅନେକ ପ୍ରଭାବ ପକାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାତ୍ର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିରାଟ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ରୋହିତ ଶର୍ମାଙ୍କର ମଧ୍ୟ ଅଧିନାୟକତ୍ୱରେ ଭଲ ରେକର୍ଡ ରହିଛି। ତେଣୁ ମୋ ମତରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମଧ୍ୟ ଭାରତୀୟ ଦଳ ପାଖରେ ସାତଥର ଏସିଆକପ ଜିତିବାର କ୍ଷମତା ରହିଛି। ତେଣୁ ଏଥର ଏସିଆ କପର ଟାଇଟେଲ ଭାରତ ତାର ନିଜ ନାମରେ କରିବ ବୋଲି ମୋର ଆଶା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories