www.samajalive.in
Saturday, December 6, 2025
14.1 C
Bhubaneswar

ବର୍ଷା ଜଳ ପରିଚାଳନା କର୍ମଶାଳା

ମୋହନା : ମୋହନା ବ୍ଳକରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସକାଳ” ଓ ଅନୁଦାନକାରୀ ସଂସ୍ଥା ଟିଏଚ୍ଏ‌ଫ୍, ଏନ୍ଏଫ୍ଆଇ (ନୁଆଦିଲ୍ଲୀ) ର ମିଳିତ ଉଦ୍ୟମରେ ମୋହନା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର ଠାରେ ବର୍ଷା ଜଳ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମୋହନା ବ୍ଲକର ମଳାସପଦର, କର୍ଚ୍ଚବାଡି, ପି.ଗୋବିନ୍ଦପୁର ଆଦି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ସମେତ ଅଞ୍ଚଳର ପ୍ରାୟ ୮୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ। ଏହି କର୍ମଶାଳାରେ ମୋହନା ବ୍ଳକ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ନରସିଂହ ମାଣ୍ଡାଙ୍ଗୀ, ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସିମାଞ୍ଚଳ ବେହେରା, ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଆଦି ଯୋଗ ଦେଇ ବର୍ଷାଜଳ ସଂରକ୍ଷଣ ରଖିବା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଅବସର ପ୍ରାପ୍ତ କୃଷି ପ୍ରଶିକ୍ଷକ ଅଧିକାରୀ ବିମଳ ଚନ୍ଦ୍ର ସାହୁ ଉପସ୍ଥିତ କର୍ମୀମାନଙ୍କୁ ରାଲ୍ଡିପଙ୍କା ଗ୍ରାମରେ ହୋଇଥିବା ବର୍ଷା ଜଳ ପରିଚାଳନା କିପରି ସଫଳ ହୋଇପାରିଛି ଏବଂ ଏହାର ଲକ୍ଷ୍ୟ, ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସକାଳ ଅନୁଷ୍ଠାନର ସମ୍ପାଦକ ନଗେନ୍ଦ୍ର କୁମାର ନନ୍ଦି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ ବର୍ଷା ଜଳର ନିୟନ୍ତ୍ରୀତ ପରିଚାଳନା, ପାରମ୍ପରିକ ଜ୍ଞାନ ଓ ଅନୁଭୁତିର ପ୍ରକ୍ରିୟା କରଣ, ବୈଷୟୀକ ଜ୍ଞାନର ଆବଶ୍ୟକତା, ଲୋକଙ୍କ ଅନୁଭୁତି ସମ୍ପର୍କରେ ବୁଝାଇଥିଲେ। ଏହି କର୍ମଶାଳାକୁ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ ପରିଚାଳନା କରିଥିବା ବେଳେ ରାମ, ସୁଷମା, ଭାଗ୍ୟଲତା, ରଙ୍ଗନାଥ, ରମେଶ, ଇଂଜିନିୟର ବିଚିତ୍ର ସହଯୋଗ କରିଥିଲେ। ଶେଷରେ ପଞ୍ଚାୟତ ସଂଯୋଜକ କୁରେଶୁ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories