www.samajalive.in
Sunday, December 14, 2025
14.1 C
Bhubaneswar

ପରିବହନ ନିରାପଦ ହେଲେ ଘରୋଇ କ୍ରିକେଟ୍‍ ଖେଳାଯିବ : ଗାଙ୍ଗୁଲି

କଲକାତା : ଆନ୍ତର୍ଜାତିକ କ୍ରିକେଟ୍‍ ସହ ଘରୋଇ କ୍ରିକେଟ୍‍କୁ ପ୍ରାଧାନ୍ୟ ଦେଇଆସୁଛି ବିସିସିଆଇ। ତେବେ ଦେଶରେ କରୋନା ସଂକ୍ରମଣ ପରିସ୍ଥିତି ଗୁରୁତର ହେଉଥିବାରୁ ଚଳିତବର୍ଷ ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ସନ୍ଦେହ ସୃଷ୍ଟିହୋଇଛି। ଅବଶ୍ୟ ତା’ର ରାଜସ୍ୱ ଦୃଷ୍ଟିରୁ ଆଇପିଏଲ୍‍ ଏବଂ ଆନ୍ତର୍ଜାତିକ କ୍ରିକେଟ୍‍କୁ ବିସିସିଆଇ ପ୍ରାଥମିକତା ଦେବ। ତେବେ ଚଳିତବର୍ଷ ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ ବିସିସିଆଇର ଯୋଜନାରେ ରହିଛି। ହେଲେ ଦେଶରେ ପରିବହନ ବ୍ୟବସ୍ଥା ନିରାପଦ ନହେଲେ ଘରୋଇ କ୍ରିକେଟ୍‍ ଆରମ୍ଭ କରିବା ଅସମ୍ଭବ। କାରଣ ଯୁବ ଖେଳାଳିଙ୍କୁ କରୋନା ପରି ମହାମାରୀଠାରୁ ଦୂରେଇ ରଖିବା ପ୍ରାଥମିକତା ବୋଲି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।
ଘରୋଇ କ୍ରିକେଟ୍‍ରେ ଗୋଟିଏ ରାଜ୍ୟ ଦଳକୁ ଅନ୍ୟ ଏକ ଦଳ ବିପକ୍ଷରେ ଖେଳିବା ପାଇଁ ତା’ର ରାଜ୍ୟକୁ ଯିବାକୁ ପଡ଼ିଥାଏ। ଏଥିପାଇଁ ଖେଳାଳି ବିମାନ, ରେଳ ଓ ବସ୍‍ରେ ଯିବାଆସିବା କରିଥାଆନ୍ତି। ଅଗଷ୍ଟ ଶେଷ ସପ୍ତାହରୁ ବିଜୟ ହଜାରେ ଟ୍ରଫି ସହ ସିନିୟର ବିଭାଗରେ ଘରୋଇ କ୍ରିକେଟ୍‍ ସିଜିନ୍‍ ଆରମ୍ଭ ହୋଇଥାଆନ୍ତା। ଏହାପରେ ରଣଜୀ, ଦୁଲିପ ଓ ସୟଦ୍‍ ମୁସ୍ତାକ୍‍ ଅଲୀ ଟ୍ରଫି ଖେଳା ଯାଇଥାଆନ୍ତା। ଏହାସହ ୨୩ ବର୍ଷରୁ କମ୍‍, ୧୯ ବର୍ଷରୁ କମ୍‍ ଓ ୧୬ ବର୍ଷରୁ କମ୍‍ ଆନ୍ତଃରାଜ୍ୟ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସହ ମହିଳା କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳା ଯାଇଥାଆନ୍ତା।
ତେବେ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅଦ୍ୟାବଧି ଘରୋଇ କ୍ରିକେଟ୍‍ର ଖେଳସୂଚୀ ପ୍ରସ୍ତୁତ ହୋଇନାହିଁ। ଘରୋଇ କ୍ରିକେଟ୍‍ ଚଳିତବର୍ଷ ଖେଳାଯିବ କି ନାହିଁ ଏବଂ କେବେ ଖେଳାଯିବ; ତାହା କେହି ଜାଣନ୍ତିନାହିଁ। ଘରୋଇ କ୍ରିକେଟ୍‍ ଆୟୋଜନ ବିଷୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ଘରୋଇ କ୍ରିକେଟ୍‍ ନିହାତି ଆବଶ୍ୟକ। ତେବେ ଦେଶରେ କରୋନା ଭୂତାଣୁର ସମ୍ପୂର୍ଣ୍ଣ ନିରାକରଣ ପରେ ଏହା ସମ୍ଭବ ହେବ। ଯେତେବେଳେ ସାରାଦେଶରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ଏବଂ ଖେଳାଳିଙ୍କ ପରିବହନ ନିରାପଦ ହୋଇଯିବ; ସେତେବେଳେ ଘରୋଇ କ୍ରିକେଟ୍‍ ଆରମ୍ଭହେବ। ଘରୋଇ କ୍ରିକେଟ୍‍ରେ ବହୁତ ଯୁବ ଖେଳାଳି ଖେଳିଥାଆନ୍ତି। ସେମାନଙ୍କୁ ବିପଦକୁ ଆମେ ଠେଲିଦେବା ଠିକ୍‍ ହେବନାହିଁ। ଯଦି ଚଳିତବର୍ଷ ଶେଷସୁଦ୍ଧା ଦେଶ ସମ୍ପୂର୍ଣ୍ଣ କରୋନାମୁକ୍ତ ନହୁଏ; ତେବେ ଘରୋଇ କ୍ରିକେଟ୍‍ ଖେଳାଯିବ ନାହିଁ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories