www.samajalive.in
Sunday, December 14, 2025
14.1 C
Bhubaneswar

ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କଲେ ଜାଫର

ମୁମ୍ବାଇ : ପୂର୍ବତନ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ସ୍ଥାନ ପୂରଣ କରିବା ନେଇ ଯୁବ କ୍ରିକେଟର ପୃଥ୍ବୀ ସ ଙ୍କ ନିକଟରେ ଦକ୍ଷତା ରହିଛି। ସେ କେବଳ ନିଜ ଖେଳ ଉପରେ ନିୟନ୍ତ୍ରଣ ରଖିପାରିଲେ ଭାରତୀୟ ଦଳର ଦ୍ବିତୀୟ ସେହ୍ବାଗ ହୋଇପାରିବେ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଉତ୍ତରାଖଣ୍ଡ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫର କହିଛନ୍ତି। ଆକାଶ ଚୋପ୍ରାଙ୍କ ୟୁ ଟ୍ୟୁବ୍‌ ଚାନେଲରେ ଆଲୋଚନା ସମୟରେ ଜାଫର କହିଛନ୍ତି ଯେ, ପୃଥ୍ବୀ ସ ଜଣେ ସ୍ବତନ୍ତ୍ର ଖେଳାଳି। ଏଥିରେ କୌଣସି ସନ୍ଦେହ ନାହିଁ। ତାଙ୍କ ନିକଟରେ ଜଣେ ଭଲ ଖେଳାଳି ହେବା ନେଇ ସବୁ ପ୍ରକାର ଦକ୍ଷତା ରହିଛି। ନ୍ୟୁଜିଲାଣ୍ଡ ଗସ୍ତରେ ପୃଥ୍ବୀ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲେ। ସଟ୍‌ ବଲରେ ଦୁର୍ବଳତା ଦେଖିବାକୁ ମିଳିଥିଲା। ତ୍ରୁଟିକୁ ସୁଧାରିବା ସହିତ ନିଜ ଉପରେ ନିୟନ୍ତ୍ରଣ କରିବା ଶିଖିଲେ ଭବିଷ୍ୟତରେ ସେହ୍ବାଗଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ଜାଫର କହିଛନ୍ତି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories