www.samajalive.in
Monday, December 15, 2025
14.1 C
Bhubaneswar

ଭିମସାର ଆଇସୋଲେସନ ୱାର୍ଡରେ ୪ କରୋନା ସନ୍ଦିଗ୍ଧ ମୃତ

ବୁର୍ଲା : ଭିମସାର କରୋନା ଆଇସୋଲେସନ କେନ୍ଦ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଭିମସାର ହସପିଟାଲ ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ଏହି ରୋଗୀମାନେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ମଧ୍ୟାହ୍ନ ୧୨ଟା ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏହି ଡାକ୍ତରଖାନାକୁ ଆସିଥିଲେ। ଏଠାରେ ଡାକ୍ତରମାନେ ସେମାନଙ୍କ କୋଭିଡ ସ୍କ୍ରିନିଂ କଲା ପରେ ସନ୍ଦେହରେ କରୋନା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିଥିଲେ। ଏହି ଚାରି ରୋଗୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଭିମସାର ପରୀକ୍ଷାଗାରକୁ ପଠାଯାଇଛି। ତେବେ ଏହି ଖବର ଲେଖାଯିବା ପର୍ଯ୍ୟନ୍ତ (ରାତି ୧୦) ରିପୋର୍ଟ ହସ୍ତଗତ ହୋଇନାହିଁ। କିନ୍ତୁ ରି​‌େ​‌ପାର୍ଟ ଆସିବା ପୂର୍ବରୁ ଏହି ଚାରି ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। କରୋନା ଆଇସୋଲେସନ କେନ୍ଦ୍ରରେ ଗୋଟିଏ ରାତିରେ ଜଣ ଜଣ କରି ୪ ଜଣ ରୋଗୀଙ୍କ ମୃତ୍ୟୁକୁ ଏକ ଗୁରୁତର ଘଟଣା ଭାବେ ବିବେଚନା କରାଯାଉଛି।
ଏହି ୪ ରୋଗୀଙ୍କ ମଧ୍ୟରୁ କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳରୁ ଆସିଥିବା ରୋଗୀ (୫୦)ଙ୍କୁ ଜ୍ୱର ଓ କାଶ ହେଉଥିଲା। ସେ ବୁଧବାର ବିଳମ୍ବିତ ରାତିରେ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ରାୟପୁରରୁ ଆସିଥିବା ମହିଳା (୪୦) ଗୁରୁବାର ଭୋର ୪ରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଭୟଙ୍କର ମୁଣ୍ଡବ୍ୟଥା ହେଉଥିଲା। ତୃତୀୟ ରୋଗୀ ସମ୍ବଲପୁର କ୍ଷେତରାଜପୁର ହଳଦୀ ମିଲପଡ଼ାର ଜଣେ ୧୩ ବର୍ଷ ବୟସ୍କ ବାଳକ ଓ ଆଜି ସକାଳ ୯ଟା ବେଳେ ଆଖି ବୁଜିଥିଲେ। ସେ ନିମୋନିଆ ଆକ୍ରାନ୍ତ ବୋଲି କୁହାଯାଉଛି। ତାଙ୍କ ପରିବାର ଚିକିତ୍ସା ଅବହେଳା ଯୋଗୁ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିବାରୁ ହସପିଟାଲରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ଲୋକେ ପୁଅର ଶବ ଘରକୁ ନେବାକୁ ମନା କରି ଦେଇଥିଲେ। ଅବଶ୍ୟ ବୁଝାସୁଝା କଲା ପରେ ସେମାନେ ଶବ ନେଇ ଘରକୁ ଫେରିଛନ୍ତି। ଚତୁର୍ଥ ରୋଗୀ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ମନୋହରପୁରର ଜଣେ ୭୫ ବର୍ଷ ବୟସର ବୃଦ୍ଧ। ତାଙ୍କୁ ମଧ୍ୟ ଜ୍ୱର ଓ କାଶ ହେଉଥିଲା। ଆଜି ଦିନ ୧୦ଟା ବେଳେ ସେ ମଧ୍ୟ ଆଖି ବୁଜିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories