www.samajalive.in
Sunday, December 7, 2025
18.1 C
Bhubaneswar

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ବିଦ୍ୟାଭରତୀଙ୍କ ଡାଏରୀରେ ଲେଖାଥିବା ନାଁ ଅକ୍ଷୟ

ନବରଙ୍ଗପୁର: ପାରଳାଖେମୁଣ୍ଡି ବହୁଚର୍ଚ୍ଚିତ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ଖୋଲି ନଥିବା ବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ଏକ ନୋଟରୁ ଅକ୍ଷୟଙ୍କ ନାମ ବାହାରିବା ନେଇ ରହସ୍ୟ ଘନୀଭୂତ ହୋଇଥିବା ବେଳେ ଆଜି ଆମ ପ୍ରତିନିଧି ନବରଙ୍ଗପୁର ସହରରେ ରହୁଥିବା ଅକ୍ଷୟ କୁମାର ଜଗତ ଯିଏ କି ବିଦ୍ୟା ଭାରତୀଙ୍କ ସହ ବଲାଙ୍ଗୀର ଏଲଆଇ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଉଥିଲେ, ତାଙ୍କ ସହ ଆଜି ଆଲୋଚନା କରିଥିଲେ। ଯେଉଁ ଅକ୍ଷୟଙ୍କ ନାମ ସୌମରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସୁଛି, ସେ ବିଷୟରେ ଅକ୍ଷୟଙ୍କୁ ପଚାରି ବୁଝିବା ପରେ ସେ କହିଥିଲେ ଯେ, ୨୦୧୯ ଅକ୍ଟବର ମାସ ୧୬ ତାରିଖରେ ସେ ବଲାଙ୍ଗୀର ସ୍ଥିତ ଏଲଆଇ ପ୍ରଶିକ୍ଷଣ କେନ୍ଦ୍ରରେ ଜଏନ କରିଥିଲେ ଏବଂ ସେହି କେନ୍ଦ୍ରରେ ବିଦ୍ୟାଭାରତୀ ମଧ୍ୟ ପ୍ରଶିକ୍ଷଣ ନେଉଥିଲେ।

ସେହି ସମୟରେ ବିଦ୍ୟାଙ୍କ ସହ ପରିଚୟ ହୋଇଥିଲା ଓ କେବଳ ପାଠ ସମ୍ବନ୍ଧୀୟ ନୋଟ ବୁକ ଦିଆନିଆ ସହ ଏକ ସହପାଠିନୀ ଭାବେ ବନ୍ଧୁତା ଥିଲା ବୋଲି କହିବା ସହ ଗତ ୨୦୨୦ ମାର୍ଚ୍ଚରେ କରନା ଯୋଗୁଁ ଛୁଟି ହେବା ପରେ ସମସ୍ତେ ଘରକୁ ଚାଲିଯାଇଥିଲୁ। କରୋନା ଲହର ପ୍ରଭାବ କମିବା ପରେ ପୁଣି କୋଭିଡ ନିୟମକୁ ପାଳନ କରି ୨୦୧୧ ମାର୍ଚ୍ଚରେ ସେଣ୍ଟର ଖୋଲିବା ପରେ ସମସ୍ତେ ବଲାଙ୍ଗୀର ଯାଇଥିଲୁ। ବିଦ୍ୟା ଏପ୍ରିଲ ୩ ତାରିଖରେ ବଲାଙ୍ଗୀର ଆସିଥିଲେ ବୋଲି କହିବା ସହ ବ୍ୟାଚେଲର ପାର୍ଟି କଥା ପଚାରିବାରୁ ଅକ୍ଷୟ କହିଥିଲେ ଯେ ସେଇଟା ବ୍ୟାଚେଲର ପାର୍ଟି ନୁହଁ ବିବାହ ପରବର୍ତୀ ପାର୍ଟି ଥିଲା। ସେ ସେଠାରେ ପାର୍ଟି ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ଏବଂ ସେହି ପାର୍ଟଟି ଏପ୍ରିଲ ୧୧ ତାରିଖରେ ହୋଇଥିଲା ଏବଂ ଏପ୍ରିଲ ୧୩ ତାରିଖରେ ଛୁଟି ହେବାରୁ ସମସ୍ତେ ଚାଲି ଆସିଥିଲୁ ବୋଲି କହିଥିଲେ।

- Advertisement -

ସେ ଟିଭି ଏବଂ ଗଣମାଧ୍ୟମ ଜରିଆରେ ଜାଣିବାକୁ ବିଦ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଲେ, ସେ ସମୟରେ ସେ ନବରଙ୍ଗପୁରରେ ଥିଲେ। ତାଙ୍କ କହିବା ଅନୁଯାଇ ସେ କେବେ ସୌମ୍ୟରଂଜନ ମହାପାତ୍ରଙ୍କୁ ଦେଖି ନାହାନ୍ତି ଏବଂ ପାରଳାଖେମୁଣ୍ଡି ବି ଦେଖିନଥିବା ସହ ବିଦ୍ୟାଙ୍କ ସହ ଅନ୍ୟ କୌଣସି ପ୍ରକାର ସମ୍ପର୍କ ନଥିବା ସେ କହିଥିଲେ। ଯେଉଁ ଅକ୍ଷୟଙ୍କ ନାମ ଆସୁଛି ଅନ୍ୟ କେହି ବି ହୋଇ ଥାଇପାରେ ବୋଲି କହିବା ସହ ତାଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ମାତ୍ର ମୁଁ ଜଣେ ହିଁ ଅକ୍ଷୟ ଥିଲି ବୋଲି କହିଛନ୍ତି। ଯଦି ଏହି ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ସମୟରେ ମୋତେ କୌଣସି ବିଷୟରେ ପଚାରେ ତା ହେଲେ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories