ସୋର : କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ ମରାଯାଇଥିବାର ଅଭିଯୋଗ ହୋଇଛି। ଶନିବାର ରାତିରେ କିଛି ବ୍ୟକ୍ତି ବାପୁ ନୋଡାଲ୍ ସ୍କୁଲ ଆଗରେ ରାସ୍ତା ଅବରୋଧ କରି ଖେଳ ଦେଖୁଥିଲେ। ଥାନାଧିକାରୀ ଲୋକମାନଙ୍କୁ ବୁଝାଇବା ବଦଳରେ ଉଚ୍ଚ ସ୍ୱରରେ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଲୋକମାନେ ପୁଲିସକୁ ଘେରିବା ସହିତ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି। ତେବେ ପୁଲିସ୍ ର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
Popular Categories



