www.samajalive.in
Monday, December 15, 2025
26.1 C
Bhubaneswar

ଅକ୍ଟୋବରରେ ବଡ ଗ୍ରହଙ୍କ ଚଳନ: ଜାଣନ୍ତୁ ମେଷ ଠାରୁ ମୀନ, କେଉଁ ରାଶିଙ୍କୁ ମିଳିବ କି ସଫଳତା

ଅକ୍ଟୋବର ମାସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଗ୍ରହ-ନକ୍ଷତ୍ରଙ୍କ ଦୃଷ୍ଟିରୁ ବର୍ଷର ଦଶମ ମାସ ସମସ୍ତ ରାଶି ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଜ୍ୟୋତିର୍ବିଦଙ୍କ ମତାନୁସାରେ କିଛି ରାଶି ପାଇଁ ଏହି ମାସ ଖୁବ୍‌ ଶୁଭଙ୍କର । ଜାଣନ୍ତୁ ମେଷ ଠାରୁ ମୀନ କେମିତି କଟିବ ଏହି ମାସ..

ଏହି ମାସର ଆରମ୍ଭରେ ଶାରଦୀୟ ନବରାତ୍ରର ମହାନବମୀ, ଦଶହରା, କରୱାଚୌଥ, ଦୀପାବଳି ଭଳି ବଡ ପର୍ବପର୍ବାଣି ପାଳନ କରାଯିବ । ଏହି କାରଣରୁ ଏହି ମାସ ଖୁବ୍‌ ଖାସ୍‌ । ଏହି ମାସରେ ଅନେକ ବଡ ଗ୍ରହ ଚଳନ କରିବେ ।

- Advertisement -

ମେଷ- ପରିଶ୍ରମ କରି ଖୁବ୍‌ ଧନ ରୋଜଗାର କରିବେ । ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ ।

ବୃଷ- କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ପରିବାର ଲୋକଙ୍କ ସହଯୋଗ ମିଳିବ । ଧନ-ସମ୍ପତ୍ତି ବୃଦ୍ଧି ହେବ ।

ମିଥୁନ- ଏହି ମାସରେ ଅନେକ ସଫଳତା ମିଳିବ । ଅଟକି ଥିବା କାମ ପୂରଣ ହେବ । ବିବାଦରୁ ଦୁରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ- ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ମାତ୍ର ଧନ ପ୍ରାପ୍ତି ମଧ୍ୟ ହେବ । ଯାତ୍ରାର ଯୋଗ ରହିଛି । ଖାଦ୍ୟପେୟ ସଠିକ୍‌ ରଖନ୍ତୁ ।

ସିଂହ- ଧନ ଲାଭ ହେବ । ମନର ଇଚ୍ଛା ପୂରଣ ହେବ । କ୍ରୋଧ କରନ୍ତୁ ନାହିଁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା- ଚିନ୍ତା ଦୂର ହେବ । ବ୍ୟବସାୟରେ ସଫଳତା ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ତୁଳା- ଆର୍ଥିକ ସ୍ଥିତି ମଜଭୁତ ହେବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଟଙ୍କା କରଜ ନିଅନ୍ତୁ ନାହିଁ । ହଠାତ୍‌ ଏକ ବଡ କାମରେ ସଫଳତା ମିଳିବ ।

ବିଛା- କାମ ପ୍ରତି ଅଧିକ ଧ୍ୟାନ ଦେବେ । ୧ ଅକ୍ଟୋବରରୁ ୧୫ ଅକ୍ଟୋବର ମଧ୍ୟରେ ବଡ ସଫଳତା ମିଳିବ । ସକରାତ୍ମକ ଚିନ୍ତାଧାରା ରହିବ ।

ଧନୁ- ପରିବାର ଲୋକଙ୍କ ସହଯୋଗ ମିଳିବ । ବନ୍ଧୁ ମିଳନ ହେବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନ ଲାଭର ଯୋଗ ରହିଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଅନେକ ଶୁଭଫଳ ମିଳିବ । ଯାତ୍ରା ସଫଳ ହେବା ସହ ମାନ-ସମ୍ମାନ ବୃଦ୍ଧି ହେବ ।

ମକର- ନେତୃତ୍ୱ କ୍ଷମତା ବୃଦ୍ଧି ହେବ । ଧନ ଲାଭ ମଧ୍ୟ ହେବ । ପରିଶ୍ରମ କରିବେ । ଚାକିରି ସହ ବ୍ୟବସାୟରେ ସଫଳତା ମିଳିବ । ସମୟ ଅନୁକୂଳ ରହିଛି ।

କୁମ୍ଭ- ଯୋଜନା କରି ସଫଳ ହେବେ । ବ୍ୟବସାୟରେ ହଠାତ୍‌ ବଡ ଲାଭ ମିଳିବ । କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ସଫଳତା ମିଳିବ । ଧନ ରୋଜଗାରର ବଡ ସୁଯୋଗ ମିଳିବ ।

ମୀନ- କ୍ରୋଧ କରନ୍ତୁ ନାହିଁ । ଅନେକ ଦିନର ଯୋଜନା ସଫଳ ହେବ । ଜୀବନରେ ଖୁସିର ଆଗମନ ହେବ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories