ସମାଜ ଡିଜିଟାଲ ଡେସ୍କ: ହୀରାକୁଦ ଡ୍ୟାମର ବର୍ତ୍ତମାନ ୬ଟି ଗେଟ୍ ଖୋଲାଯାଇଛି । ବାମ ପଟର ୪ଟି ଗେଟ୍ ଓ ଡାହାଣ ପଟର ୨ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୩୭ ରହିଛି । ପ୍ରତି ସେକେଣ୍ଡରେ ୧ଲକ୍ଷ ୯୬ହଜାର ୪୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୩ହଜାର ୭୫୮କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ଅଳ୍ପ ମାତ୍ରାରେ କମିବା ପରେ ପର୍ଯ୍ୟାୟ କ୍ରମେ ଗେଟ୍ ଗୁଡିକ ବନ୍ଦ କରାଯାଉଛି ।



