www.samajalive.in
Saturday, December 6, 2025
16.1 C
Bhubaneswar

ସବୁବେଳେ ପାଇବେ ଥଣ୍ଡା ଥଣ୍ଡା ପବନ; ବଜାରକୁ ଆସିଗଲା ଲକେଟ୍ ଏସି, ଦାମ୍ ଏତିକି..

ଖରାଦିନେ ସାରା ଦେଶରେ ଭୀଷଣ ଗରମ ସହ ଅସହ୍ୟ ଗୁଳୁଗୁଳି ହୋଇଥାଏ। ପାହାଡିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ଏଥିରୁ ତ୍ରାହି ମିଳେ ନାହିଁ। ଖରାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖରାରୁ ରକ୍ଷା ପାଇବା ପାଇଁ ବଜାରରେ ବିଭିନ୍ନ ଜିନିଷ ଉବଲବ୍ଧ। ଯାହା ଆପଣଙ୍କୁ ଖରାର ପ୍ରଭାବରୁ ରକ୍ଷା କରି ପାରିବ। ଏବେ ଏଭଳି ଏକ ପ୍ରକାର ଏସି ଆସି ଯାଇଛି, ଯାହାକୁ ଲକେଟ୍ ଭଳି ପିନ୍ଧି ବୁଲି ପାରିବେ।
ବଜାରରେ ଏଭଳି ଏକ ଏସି ହେଉଛି ସୋନି ରିଅନ୍ ପକେଟ୍ ୫ ଏସି। ଯାହାକୁ ଆପଣ ଲକେଟ୍ ଭଳି ପିନ୍ଧି ବାହାରକୁ ଯାଇ ପାରିବେ।

ଏହି ୩ଟି ସ୍ଥାନରେ କଳାଜାଇ ଥିଲେ ଖୁବ୍ ମିଳିବ ଧନ, ହେବେ ଭାଗ୍ୟଶାଳୀ..

- Advertisement -

କମ୍ପାନୀ ଏହି ଜିନିଷକୁ ପ୍ରଥମ ଥର ୨୦୧୯ରେ ଲଞ୍ଚ କରିଥିଲା। କମ୍ପାନୀ ଏହାକୁ ପରିବେଶ ନିୟନ୍ତ୍ରଣ ଡିଭାଇସ୍ ବୋଲି କହୁଛି।
ଏଥିରେ ବିଭିନ୍ନ ପ୍ରକାର ସେନ୍ସର ଦିଆଯାଇଛି। ଯାହା ଦ୍ୱାରା ବ୍ୟବହାରକାରୀଙ୍କୁ ଉତ୍ତମ ଥଣ୍ଡା ମିଳି ପାରିବ। ଏଥିରେ ଉଭୟ ଉଷ୍ଣ ଓ ଥଣ୍ଡା ଉଭୟ ଫିଚର୍ ରହିଛି।
ଏହା ଟ୍ୟାଗ୍ ସହ ଆସୁଛି, ଯାହା ରିମୋଟ୍ ସେନ୍ସର ଭଳି କାମ କରିବ। ଏହି ଡିଭାଇସ୍ ଆପଣଙ୍କ ଫୋନ୍ ସହ କନେକ୍ଟ ହୋଇ ପାରିବ। ସୋନି ଏହାକୁ କିଛି ଚୟନକାରୀ ମାର୍କେଟରେ ଲଞ୍ଚ କରିଛି। ଜାପାନରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୯ ହଜାର ଟଙ୍କା। ଭାରତରେ ଏଯାଏଁ ଏହା ଆସି ନାହିଁ।
ମାତ୍ର ଭାରତୀୟ ମାର୍କେଟରେ ଏହାର ଅନ୍ୟ ବିକଳ୍ପ ରହିଛି। ନେକ୍ (ଗଳା) ଏସି। ଯାହାକୁ ଆପଣ ହେଡଫୋନ୍ ଭଳି ବେକରେ ପିନ୍ଧି ପାରିବେ।
ବଜାରରେ ୧୦ ହଜାର ଟଙ୍କା ଠାରୁ ଆରମ୍ଭ କରି ୫୦ ହଜାର ପର୍ଯ୍ୟନ୍ତ ଏଭଳି ଏସି ମିଳି ଯାଉଛି। ଏହାକୁ ଆପଣ ଅନଲାଇନରେ କିଣି ପାରିବେ।

ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories