ସୋନୀ ଏବଂ ହୋଣ୍ଡା ଏକାଠି ତିଆରି କରିବେ ଉନ୍ନତ ବୈଦ୍ୟୁତିକ ଯାନ

ନୂଆଦିଲ୍ଲୀ – ସୋନୀ ଏବଂ ହୋଣ୍ଡା ମିଳିତ ଭାବରେ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ ଗାଡି ତିଆରି କରିବେ । ଏ ବିଷୟରେ ଦୁଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ସୋନୀ କିଛି ମାସ ତଳେ ନିଜର ବେଦ୍ୟୁତିକ ଯାନ ବିଷୟରେ ଘୋଷଣା କରିଥିଲା । ପରେ ଜାପାନର ଏହି ଦୁଇ କମ୍ପାନୀ ମିଳିତ ବାବେ ବୈଦ୍ୟୁତିକ ଯାନ ତିଆରି କରିବେ ବୋଲି କହିଛନ୍ତି ।

prayash

ଏକ ଜଏଣ୍ଟ ଭେନଚର୍‌ରେ ଏହି ବୈଦ୍ୟୁତିକ ଯାନ ତିଆରି କରାଯିବ । ଏହି ଗାଡିରେ ଉନ୍ନତ ଧରରଣ ବ୍ୟାଟେରୀ ବ୍ୟବହାର କରାଯିବ ବୋଲି କୁହାଯାଇଛି । ଏହା ସହ ଗ୍ରାହକମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ୨୦୨୨ ମସିହାରେ ଏହି ଦୁଇ କମ୍ପାନୀ ଯୁଗ୍ମଭାବେ ଏ ଦିଗରେ କାମ କରିବେ ଏବଂ ଏହାର ବିଧିବଦ୍ଧ ଘୋଷଣା କରିବେ ବୋଲି କହିଛନ୍ତି ।

ହୋଣ୍ଡାର ନିର୍ଦେଶକ ତଥା ଅଧ୍ୟକ୍ଷ ତୋଶିହିରୋ ମିବେଙ୍କ ଅନୁସାରେ ନୂଆ ଉଦ୍ଭାବନ ସହ ହୋଣ୍ଡାର ଉନ୍ନତ ଜ୍ଞାନ କୌଶଳ ଏବେ ଗ୍ରାହକମାନଙ୍କୁ ମନପସନ୍ଦର ଯାନ ନିର୍ମାଣ କରିବ ବୋଲି କହିଛନ୍ତି ।

 

Comments are closed.