www.samajalive.in
Sunday, December 14, 2025
19.1 C
Bhubaneswar

ରୈନାଙ୍କ ଅନୁରୋଧରେ ଅମ୍ଳଜାନ ଯୋଗାଡ଼କଲେ ସୋନୁ ସୁଦ୍‌

ମିରଟ୍‌ : ଭାରତୀୟ କ୍ରିକେଟ୍‌ ସୁରେଶ ରୈନାଙ୍କ ଖୁଡ଼ୀ ଏବେ କରୋନା ସଂକ୍ରମିତ ହୋଇ ମିରଟ୍‌ର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଯୋଗୁଁ ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ତାଙ୍କ ଖୁଡ଼ୀଙ୍କ ପାଇଁ ଅମ୍ଳଜାନ ଜରୁରୀ ଥିବାରୁ ଏହାର ବନ୍ଦୋବସ୍ତ ଯୋଗାଡ଼ କରିବାକୁ ରୈନା ଟ୍ବିଟର ଜରିଆରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏହାର ଦେଢ଼ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକ ଅମ୍ଳଜାନ ସିଲିଣ୍ଡର ଯୋଗାଡ଼ କରିଥିଲେ। ତେବେ ରୈନାଙ୍କ ଟ୍ବିଟ୍‌ ଦେଖି ତାଙ୍କୁ ସହାୟତା କରିବା ଲାଗି ଆଗେଇ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ଟ୍ବିଟ୍‌ର ଜବାବ ଦେଇ ସୋନୁ ସୁଦ୍ ଲେଖିଥିଲେ- ସବିଶେଷ ବିବରଣୀ ଦିଅ; ୧୦ ମିନିଟରେ ଅମ୍ଳଜାନ ପହଞ୍ଚିଯିବ। କିଛି ସମୟ ପରେ ରୈନାଙ୍କ ଖୁଡ଼ୀ ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ ସୋନୁ ପଠାଇଥିବା ଅମ୍ଳଜାନ ସିଲିଣ୍ଡର ପହଞ୍ଚି ଯାଇଥିଲା। ଗତ ବର୍ଷେ ହେଲା ସୋନୁ ସୁଦ୍ କୋଭିଡ୍‌ ସହ ଲଢ଼ୁଥିବା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ନିଜରାଜ୍ୟରେ ପହଞ୍ଚିବା, ସେମାନଙ୍କୁ ଖାଦ୍ୟ ଯୋଗାଇବା ଆଦି କାର୍ଯ୍ୟରେ ସୋନୁ ସୁଦ୍ ଦିନରାତି ଲାଗିଥିଲେ। ନିକଟରେ ସୋନୁ କରୋନା ସଂକ୍ରମିତ ହୋଇଥିଲେ। ସୁସ୍ଥହେବା ପରେ ସେ କରେନା ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଦାନ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories