www.samajalive.in
Saturday, December 6, 2025
14.1 C
Bhubaneswar

ରେକର୍ଡ ଟପିଲା ସଂକ୍ରମଣ : ଦିନକରେ ୧୨,୨୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ  ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପଜିଟିଭ୍ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ଏବଂ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସେହିପରି ଖୋର୍ଦ୍ଧାରୁ ୧୮୨୮, କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡ଼ରୁ ୪୭୫, ବାଲେଶ୍ବର ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯ ଓ ଷ୍ଟେ ପୁଲରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସୋନପୁର ୧୫୯, ଢେଙ୍କାନାଳ ୧୪୨, କୋରାପୁଟରୁ ୧୩୦, ବୌଦ୍ଧରୁ ୧୨୮, ଗଜପତିରୁ ୯୧, କନ୍ଧମାଳରୁ ୬୯, ମାଲକାନଗିରି ଓ ଦେବଗଡ଼ରୁ ୬୦ ଲେଖାଏଁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

- Advertisement -

ଗତକାଲି ଆଉ ୬୮୫୪ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ, ୨୩ ହଜାର ୨୫୭ରେରେ ପହଞ୍ଚିଛି। ବର୍ତ୍ତମାନ ୮୬ ହଜାର ୯୫୦ ଜର ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଯାବତ ରାଜ୍ୟରେ ୧ କୋଟି ୪ ଲକ୍ଷ ୧୮ ହଜାର ୨୧୭ ନମୂନା ପରୀକ୍ଷା କରାଯାଇଛି।

ତେବେ ରାଜ୍ୟରେ ଆଜି ଆଉ ୧୯ ଜଣ କୋରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories