www.samajalive.in
Saturday, December 6, 2025
16.1 C
Bhubaneswar

୩୪ ଜଣିଆ ମନ୍ତ୍ରିମଣ୍ଡଳ ସହ ଆଜି ଶପଥ ନେବେ ଷ୍ଟାଲିନ୍‌

ଚେନ୍ନଇ : ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ଶୁକ୍ରବାରତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନ ପରିସରରେ ୩୪ ଜଣିଆ ମନ୍ତ୍ରିମଣ୍ଡଳ ସହିତ ଶପଥ ନେବେ।  ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳର ରୂପରେଖ ଘୋଷଣା କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଦଳର ପୁରୁଖା ନେତାମାନଙ୍କୁ ସ୍ଥାନ ଦିଆଯାଉଛି। ମଙ୍ଗଳବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରଠାରୁ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ପ୍ରସ୍ତୁତି ଚଳାଇଥିଲେ। ଇତିମଧ୍ୟରେ ତାଙ୍କ ପରିବାରରେ ମଧ୍ୟ ସ୍ଥିତି ସୁଧୁରିଥିବା ସୂଚନା ମିଳିଛି। ଦଳର ନେତୃତ୍ବ ବିବାଦ ନେଇ ଷ୍ଟାଲିନଙ୍କଠାରୁ ଦୂରେଇ ଯାଇଥିବା ଭାଇ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.କେ ଆଲାଗିରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସମସ୍ତ ସହଯୋଗ କରିବେ ବୋଲି ଷ୍ଟାଲିନ୍‌ଙ୍କୁ ସମସ୍ତ ସହଯୋଗ କରିବେ ବୋଲି ସେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ବାପା ଏମ୍‌. କରୁଣାନିଧିଙ୍କ ମନ୍ତ୍ରିମଣ୍ଡଳରେ ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories