www.samajalive.in
Monday, December 15, 2025
24.1 C
Bhubaneswar

ସୋନୁ ସୁଦ୍‍ଙ୍କ ନାମରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା, ନିଜେ ଉଦ୍‍ଘାଟନ କଲେ ଅଭିନେତା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶରେ ହୋଇଥିବା ଲକ୍‍ଡାଉନଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଆସୁଛନ୍ତି ଅଭିନେତା ସୋନୁ ସୁଦ୍‍। ତାଙ୍କର ଏହି ମହାନତା ଆଜି ତାଙ୍କୁ ସାରା ଦେଶରେ ଏକ ଭିନ୍ନ ପରିଚୟ ଦେଇଛି। କେହି ତାଙ୍କୁ ଭଗବାନ ବୋଲି କହି ପୂଜା କରୁଛି ତ ଆଉ କିଏ ନିଜ ଦୋକାନର ନାମକରଣ ତାଙ୍କ ନାମରେ କରୁଛି। ସେହିପରି ଏବେ ସୋନୁଙ୍କ ନାମରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା, ଯାହାକୁ ସେ ନିଜ ହାତରେ ଉଦ୍‍ଘାଟନ କରିଛନ୍ତି।

ସୂଚନା ଅନୁସାରେ, ହାଇଦ୍ରାବାଦରେ ସୋନୁ ସୁଦ୍‍ଙ୍କ ନାମରେ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଏହାର ନାମ ‘ସୋନୁ ସୁଦ୍‍ ଆମ୍ବୁଲାନ୍ସ ସେବା’ ରଖାଯାଇଛି। ମିଳିଥିବା ଖବର ମୁତାବକ, ହାଇଦ୍ରାବାଦର ଶିବା ନାମକ ଜଣେ ବ୍ୟକ୍ତି ଏକ ଆମ୍ବୁଲାନ୍ସ କିଣିଛନ୍ତି ଏବଂ ସେ ସୋନୁଙ୍କ ମହାନପଣିଆ ଦ୍ୱାରା ଏତେ ଅନୁପ୍ରେରିତ ଯେ ନିଜ ଆମ୍ବୁଲାନ୍ସର ନାଁ ତାଙ୍କରି ନାମ ଅନୁସାରେ ରଖିଛନ୍ତି। ସୋନୁ ନିଜେ ଏହାକୁ ଉଦ୍ଘାଟନ କରିବା ପାଇଁ ସେଠାରେ ପହଞ୍ଚିଥିଲେ ଏବଂ ଏନେଇ ବହୁତ ଗର୍ବ ଅନୁଭବ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ଶିବା ମଧ୍ୟ ଲୋକଙ୍କୁ ନିଃସ୍ୱାର୍ଥ ସେବା ଦେବାରେ ହାଇଦ୍ରାବାଦରେ ବେଶ୍ ଜଣାଶୁଣା। ସେ ପେସାରେ ଜଣେ ସନ୍ତରଣକାରୀ। ଏ ପର୍ୟ୍ୟନ୍ତ ପାଣିରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ୧୦୦ରୁ ଅଧିକ ଲୋକଙ୍କର ସେ ଜୀବନ ବଞ୍ଚାଇ ସାରିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories