ଡେସ୍କ: ୧୨.୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସୋନପ୍ରୟାଗରୁ କେଦାରନାଥ ରୋପ୍ ୱେର ବିକାଶ ପାଇଁ ସରକାର ଅନୁମୋଦନ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପର ମୋଟ ମୂଲ୍ୟ ୪ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହି ରୋପ୍ ୱେ ତୀର୍ଥଯାତ୍ରୀଙ୍କ ଯାତ୍ରା ସମୟକୁ ୮/୯ ଘଣ୍ଟାରୁ ୩୬ ମିନିଟକୁ ହ୍ରାସ କରିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କୁ ବହୁତ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ହେମକୁଣ୍ଡ ସାହିବ ରୋପୱେର ମଧ୍ୟ ବିକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପର ସମୁଦାୟ ମୂଲ୍ୟ ୨ ହଜାର ୭୩୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି। ଏହି ରୋପୱେର ଲମ୍ବ ୧୨.୪ କିଲୋମିଟର ହେବ।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୩ ହଜାର ୮୮୦ କୋଟି ଟଙ୍କା ବ୍ୟୟରେ ପଶୁସମ୍ପଦ ସ୍ୱାସ୍ଥ୍ୟ ଓ ରୋଗ ନିରାକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଟିକାକରଣ କାର୍ଯ୍ୟକ୍ରମ ଏହାର ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବ। ଏହା କୃଷକଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ପଶୁ ଔଷଧ ମାଧ୍ୟମରେ ଉନ୍ନତମାନର ଏବଂ ସୁଲଭ ମୂଲ୍ୟର ଜେନେରିକ ପ୍ରାଣୀ ଚିକିତ୍ସା ଔଷଧ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।



