ଗାନ୍ଧୀ ପରିବାରରୁ ହଟାଯିବ ଏସପିଜି ସୁରକ୍ଷା
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ଭାବେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ରହିଥିବା ବିପଦକୁ ଆଧାର କରି ସେମାନଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା। ମାତ୍ର ବର୍ତ୍ତମାନ ଏମାନଙ୍କ ଠାରୁ ଏସପିଜି ସୁରକ୍ଷା ହଟାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଗୃହ ମନ୍ତ୍ରଣାଳୟର ସୁରକ୍ଷା ସମୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେଠାରୁ କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏସିପିଜି ସୁରକ୍ଷା ବ୍ୟବସ୍ଥା ରହିବ।
ଏସପିଜି ବ୍ୟବସ୍ଥାରେ ଭିଭିଆଇପିଙ୍କୁ ତ୍ରୁଟିଶୂନ୍ୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ଏଥିପାଇଁ ଏସପିଜି ଗୁଇନ୍ଦା ବ୍ୟୁରୋ ଓ ରାଜ୍ୟ ପୁଲିସ ଠାରୁ ତଥ୍ୟ ସଂଗ୍ରହ କରି ଆବଶ୍ୟମ ସୁରକ୍ଷା ବ୍ୟବସ୍ଥା କରିଥାଏ। ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରୁ ଯବାନମାନଙ୍କୁ ଡେପୁଟେସନରେ ଅଣାଯାଇଛି ଏସପିଜି କମାଣ୍ଡୋ ନିଯୁକ୍ତି ଦିଆଯାଇଥାଏ। ଏଥିପାଇଁ କମାଣ୍ଡୋମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ସହିତ ଅତ୍ୟାଧୁନିକ ଅସ୍ତ୍ର ଓ ସୁରକ୍ଷା କବଚ ଦିଆଯାଇଥାଏ।
Comments are closed.