www.samajalive.in
Sunday, December 14, 2025
19.1 C
Bhubaneswar

ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ୯ ପ୍ରସ୍ତାବ

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ବୋର୍ଡ ସଭାନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସଂସଦର ଆଗାମୀ ସ୍ବତନ୍ତ୍ର ଅଧିବେଶନ କାଳରେ ୯ଟି ବିଷୟରେ ଆଲୋଚନା ନିମନ୍ତେ ସୋନିଆ ନିବେଦନ କରିଛନ୍ତି। ଆଲୋଚନା ନିମନ୍ତେ ନିବେଦନ କରାଯାଇଥିବା ବିଷୟଗୁଡିକ ହେଲା: ୧: ଦେଶର ଆର୍ଥିକସ୍ଥିତି ଯଥା ଦରଦାମ ବୃଦ୍ଧି, ବେରୋଜଗାର, ଧନୀ ଓ ଗରିବର ଅସମାନତା ବୃଦ୍ଧି। ୨; ଏମଏମସି ପ୍ରସଙ୍ଗରେ ସରକାର କୃଷକ ଓ କୃଷକ ସଂଗଠନକୁ ଦେଇଥିବା ପ୍ରତିଶ୍ରୁତି। ୩; ଆଦାନି ଗ୍ରୁପ୍‌ର ବ୍ୟାବସାୟିକ କାରବାର ଉପରେ ଜେପିସି ତଦନ୍ତ ଦାବି। ୪; ମଣିପୁର ସାମାଜିକ ସଦ୍‌ଭାବ ଫେରାଇ ଆଣିବା ଓ ସାମ୍ବିଧାନିକ ପ୍ରତିଷ୍ଠାନକୁ ସ୍ବୟଂକ୍ରିୟ କରାଇବା। ୫; ହରିୟାଣା ଓ ଅନ୍ୟ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇବା। ୬; ଭାରତର ଅଞ୍ଚଳକୁ ଚୀନ ଦଖଲ କରିବା। ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଭାରତର ସାର୍ବଭୌମତ୍ବ ପ୍ରତି ଦେଖାଯାଇଥିବା ବିପଦ। ୭; ଦେଶରେ ଜାତିଭିତ୍ତିକ ଜନଗଣନା କରିବା। ୮; ଦେଶରେ କେନ୍ଦ୍ର-ରାଜ୍ୟ ସରକାର ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା। ୯; ବିଭିନ୍ନ ରାଜ୍ୟରେ ବନ୍ୟା, ମରୁଡି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଏହାର ଜବାବରେ କହିଛନ୍ତି ଯେ ଯଥା ସମୟରେ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଜଣାଇ ଦିଆଯିବ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories