ଗୁରୁବାର ରାଶିଫଳ (୦୭.୦୯.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Sep 7, 2023 Share ମେଷ : ଚେତନାର ଉଳ ପ୍ରଦୀପ ହେବେ। ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ବି ଥାଏ। ତ୍ୟାଗପୂତ ମନୋବୃତ୍ତିର ହେବେ। ବାଣିଜ୍ୟ କାରବାରରେ ଧନ ଅର୍ଜନ କରିବେ। ସତ୍ପରାୟଣ ହେବେ। ବୃଷ : ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଉପରେ ଗୁରୁତ୍ବ ନ ଦେଇ ପାରିବାରିକ ସ୍ନେହ ଓ ଗୁରୁଜନଙ୍କ ଆଶୀର୍ବାଦକୁ ପାଥେୟ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ମିଥୁନ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ; ମାତ୍ର ଏହା ଅହଂକାରଶୂନ୍ୟ ହେବା ଉଚିତ। ଇପ୍ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଷା ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଶତ୍ରୁକୁ ମିତ୍ରତା ବନ୍ଧନରେ ବାନ୍ଧିପାରନ୍ତି। କର୍କଟ : ଈଶ୍ବରୀୟ ଚେତନାରେ ଉଦ୍ବୁଦ୍ଧ ହେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିିଛି। ହେୟକୁ ପରିତ୍ୟାଗ କରି ଶ୍ରେୟକୁ ଗ୍ରହଣ କରିପାରନ୍ତି। ଧନମାନ ସବୁକିଛି ମିଳିବ। ସିଂହ : ପରିବାରରୂପି କର୍ମଶାଳାକୁ ଉତ୍ତମ ରୂପେ ଅନୁଧ୍ୟାନ କରି ସାମାଜିକ ଦ୍ବାର ଦେଶରେ ଉଭା ହୋଇପାରନ୍ତି। ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। କନ୍ୟା : ଆପଣଙ୍କ କର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ପତ୍ନୀଙ୍କ ମନସ୍କାମନା ପୂରଣ କରି ଦାମ୍ପତ୍ୟ ଜୀବନକୁ ମଧୁମୟ କରିପାରନ୍ତି। ଈଶ୍ବର ବିଶ୍ବାସରୁ ଶାଶ୍ବତ ସୁଖର ସନ୍ଧାନ ପାଇବେ। ସୁଖୀ ଜୀବନ ବିତାଇବେ। Related Posts ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ… May 12, 2025 ବେଆଇନ ଗୋ ଚାଲାଣ ବେଳେ ୨୭ ଗୋରୁ ଉଦ୍ଧାର, ଚାଳକ… May 12, 2025 ତୁଳା : ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ସମ୍ମୁଖୀନ ହୋଇପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବିଛା : କୃଚ୍ଛ୍ର ସାଧନାରେ ଦିବ୍ୟଶକ୍ତିସମ୍ପନ୍ନ ହେବେ। ସେବା ପରାୟଣ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରି ସମର୍ପିତ ଜୀବନଯାପନ କରିପାରନ୍ତି। ସତ୍ସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ। ଧନୁ : ଆପଣାର କର୍ମକୁ ଈଶ୍ବରଙ୍କୁ ଅର୍ପଣ କରି ଶକ୍ତିସମ୍ପନ୍ନ ହୋଇପାରନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭାବରେ ଭାବିତ ହୋଇପାରନ୍ତି। ପାପ, ତାପ, ପରିହାରକ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମକର : ବିପଦରେ କାତର କିମ୍ବା ସମ୍ପଦରେ ଅଧିର ନହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଯାହା ଆପଣଙ୍କଠାରେ ରହିଛି। ବାକ୍ ସଂଯମୀ ହୋଇ ପ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍ଜୀବିତ ରଖିବେ। ଧନର ଅନ୍ତଃପ୍ରବାହ ପ୍ରବାହିତ ହେବ। କୁମ୍ଭ : ସତ୍ୟଧର୍ମ ପରାୟଣ ହେବେ। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ନିଜ ଭିତରେ ଥିବା ଆଲୋକକୁ ପ୍ରକାଶ କରି ଜନ ସାଧାରଣଙ୍କ ଦୃଷ୍ଟିଗୋଚର ହୋଇପାରନ୍ତି। ସୁଖଶାନ୍ତି ମିଳିପାରେ। ମୀନ : ପ୍ରତିକୂଳତାକୁ ଭୟ ନ କରି ଅନୁକୂଳତାକୁ ମାନିନେଲେ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଜୀବନକୁ ନୂତନ ଓ ରସମୟ କରିପାରନ୍ତି। ଧନାଗମରେ ପରିପୂର୍ଣ୍ଣତା ଆସିପାରେ। ସର୍ବଜୟୀ ହେବେ। Horoscope 7th Sept.2023odia news Share FacebookTwitterWhatsApp
Comments are closed.