www.samajalive.in
Monday, December 15, 2025
15.1 C
Bhubaneswar

ମଧ୍ୟାହ୍ନ ଭୋଜନରେ ଅନିୟମିତତା: ୧ଲିଟର କ୍ଷୀରରେ ମିଶିଲା ବାଲ୍‍ଟିଏ ପାଣି, ପିଇଲେ ୮୦ ପିଲା

ସୋନଭଦ୍ର: ଉତ୍ତରପ୍ରଦେଶର ସୋନଭଦ୍ର ଜିଲା ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି। ଏଠାକାର ଚୋପନ ବ୍ଲକ୍‍ ଅନ୍ତର୍ଗତ ସଲାଇବନୱା ପ୍ରାଥମିକ ବିଦ୍ୟାଳୟରେ ବୁଧବାର ୧ ଲିଟର କ୍ଷୀରରେ ଗୋଟିଏ ବାଲ୍‍ଟି ପାଣି ମିଶାଇ ୮୦ ପିଲାଙ୍କୁ ବଣ୍ଟା ଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ଶିକ୍ଷାମିତ୍ରଙ୍କୁ ବହିଷ୍କାର କରିବା ସହ ଦାୟିତ୍ୱରେ ଥିବା ଜଣେ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।
ପାଚିକାଙ୍କ କହିବାନୁସାରେ, ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦେବା ପାଇଁ ତାଙ୍କୁ ୧ ଲିଟର କ୍ଷୀର ହିଁ ଦିଆଯାଇଥିଲା। ତେଣୁ ସେ ସେଥିରେ ଗୋଟିଏ ବାଲ୍‍ଟି ପାଣି ମିଶାଇ ୮୦ ପିଲାଙ୍କୁ ବାଣ୍ଟିଥିଲେ।
ମାମଲା ସାମ୍ନାକୁ ଆସିବା ପରେ ଯାଞ୍ଚ କରିବାକୁ ଯାଇଥିବା ଏବିଏସଏ ମୁକେଶ କୁମାର କହିଛନ୍ତି ଯେ, ପରେ ଭୁଲ୍‍କୁ ସୁଧାରି ପିଲାମାନଙ୍କୁ ଆଉ ଥରେ କ୍ଷୀର ବଣ୍ଟା ହୋଇଥିଲା। ଏହି ଘଟଣା ପାଇଁ ଶିକ୍ଷାମିତ୍ରଙ୍କୁ ଦାୟୀ କରାଯାଇ ତାଙ୍କୁ ବହିଷ୍କାର କରାଯାଇଛି। ଏହା ସହିତ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏବେ ଏହି ମାମଲାରେ ବ୍ଲକ୍‍ ଶିକ୍ଷାଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories