www.samajalive.in
Sunday, December 14, 2025
19.1 C
Bhubaneswar

ଓଡିଶା ଦିବ୍ୟାଙ୍ଗ ଫ୍ଲୋର ବଲ ଟିମଙ୍କ କମାଲ, ହରିଦ୍ୱାରରୁ ଆଣିଲେ ବ୍ରୋଞ୍ଜ ପଦକ

ବଲାଙ୍ଗୀର : ହରିଦ୍ୱାର ଠାରେ ଅନୁଷ୍ଠିତ ହେଇ ଥିବା ଜାତୀୟ ଫ୍ଲୋର ବଲ ଚାମ୍ପିଅନସିପରେ ଓଡିଶା ଦଳ ବ୍ରୋଞ୍ଜ ପଦକ ଆଣିବାରେ ସଫଳ ହୋଇଛି। ଏହି ସଫଳତା ପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କ୍ଷିରୋଦ୍ର ତ୍ରିପାଠୀ ସଫଳ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡିଶା ଦିବ୍ୟାଙ୍ଗ ଫ୍ଲୋର ବଲ ଟିମ ସ୍ପେଶାଲ ଅଲିମ୍ପିକ ତରଫରୁ କୋଚ ଝସକେତନ ସାହୁଙ୍କ ତତ୍ତ୍ୱାବଧାନରେ ୮ ଜଣିଆ ଟିମ ହରିଦ୍ୱାର ଗସ୍ତ କରିଥିଲେ। ଏହି ଟିମରେ ସ୍ଥାନ ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ଥିଲେ ଯୋଗେନ୍ଦ୍ର ଛତ୍ରିଆ, ସୌଦାଗର ସାହୁ, ପିତାମ୍ବର ମହାନନ୍ଦ, ରାମେଶ୍ୱର ବାରିକ, ସୁନୀଲ ଭୋଇ, କାହ୍ନା ସାହୁ, ସମିତ ଖୁଣଆ ପ୍ରମୁଖ ବଲାଙ୍ଗିର ଜିଲାରୁ ଥିବା ବେଳେ ଇନ୍ଦ୍ରମଣି କାଣ୍ଡି ପୁରୀ ଜିଲାରୁ ସାମିଲ ହୋଇଥିଲେ। ଟିମରେ ସହକାରୀ କୋଚ ଭାବେ ରଂଜିତ ନାଏକ ସାମିଲ ହୋଇଥିଲେ। ଏହି ଟିମ ଛତିଶଗଡ ଦଳକୁ ୭-୧ ଗୋଲ,ତେଲେଙ୍ଗାନାକୁ ୫-୨ ଓ ପଣ୍ଡିଚେରୀ ଦଳକୁ ୭-୦ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ପାଇବାକୁ ସକ୍ଷମ ହୋଇଥିଲେ। ଖେଳାଳିମାନେ କହିଛନ୍ତି ଯେ,ସେଠାରେ ଓଡିଶା ଦଳ ନିର୍ଣ୍ଣାୟକ ମୋଡରେ ଥିଲା। ତେବେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଖେଳାଳିଙ୍କ ସହ ଯେଉଁ ଟକ୍କର ହୋଇଥିଲା ସେଥିରେ ଅନେକ ଅଭିଜ୍ଞ ଖେଳାଳୀ ଥିଲେ। ସେମାନଙ୍କ ସହ ଖେଳି ଭଲ ଲାଗିଲା ବୋଲି ନିଜ ପ୍ରତିକ୍ରିୟା ରଖି କହିଛନ୍ତି। ଆହୁରି ଅଭ୍ୟାସ କରି ଜିଲା ତଥା ରାଜ୍ୟର ନା କରିବୁ ବୋଲି ଗଣମାଧ୍ୟମକୁ କହିଛନ୍ତି। ଡ. ହରେକୃଷ୍ଣ ମହତାବ ମାନସିକ ନ୍ୟୁନତା ଅନୁଷ୍ଠାନର ଅଧ୍ୟକ୍ଷା ସ୍ନେହଲତା ମହାନ୍ତି ତଥା ସମ୍ପାଦକ ରଂଜିତ ପ୍ରସାଦ ମହାନ୍ତି,ସ୍ପେଶାଲ ଅଲିମ୍ପିକ ଭାରତର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥ ସମସ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମି ଦିନରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି। ,

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories