www.samajalive.in
Sunday, December 14, 2025
23.1 C
Bhubaneswar

ମହାରାଷ୍ଟ୍ର ରାଜନୀତି ସରିଲା, ଏବେ ଗୋଆରେ ଚମତ୍କାର ହେବ: ଶିବସେନା

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଠନ ପରେ ଏବେ ଶିବସେନାର ନଜର ବିଜେପି ଶାସିତ ଗୋଆ ଉପରେ ପଡ଼ିଛି। ଗୋଆରେ ଅଣ ବିଜେପି ସରକାର ଗଠନ କରିବା ନେଇ ଶିବସେନା ସଙ୍କେତ ଦେଇଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ରାଜନୀତି ଶେଷ ହୋଇଛି। ଏବେ ଆମ ନଜର ଗୋଆ ଉପରେ ଅଛି। ଆମେ ସମ୍ପୂର୍ଣ୍ଣ ଦେଶରେ ଅଣବିଜେପି ସରକାର ଆଣିବାକୁ ଚାହୁଁଛୁ। ମହାରାଷ୍ଟ୍ରରୁ ଏହାର ଆରମ୍ଭ ହୋଇଛି। ଏବେ ଆମ ନଜର ଗୋଆ ଉପରେ ଅଛି। ଗୋଆ ପରେ ସମ୍ପୂର୍ଣ୍ଣ ଦେଶକୁ ଏହା ବ୍ୟାପ୍ତ କରାଯିବ।

ସଞ୍ଜୟ ରାଉତ କହିଛନ୍ତି ଯେ, ୩ ବିଧାୟକଙ୍କ ସହିତ ଗୋଆ ଫରୱାର୍ଡ ପାର୍ଟି ଶିବସେନା ସହିତ ମେଣ୍ଟ କରିବାକୁ ଯାଉଛନ୍ତି। ଗୋଆରେ ଏକ ନୂଆ ରାଜନୈତିକ ମୋର୍ଚ୍ଚା ବିସ୍ତାର ହେଉଛି। ମହାରାଷ୍ଟ୍ରରେ ଯେପରି ସରକାର ଗଠନ କରାଗଲା, ଠିକ୍‌ ସେହିପରି ଗୋଆରେ ଚମତ୍କାର ହେବ। ଗୋଆ ଫରୱାର୍ଡ ପାର୍ଟିର ବିଜୟ ସରଦେଶାଇ କହିଛନ୍ତି, ମହାରାଷ୍ଟ୍ରରେ ଯାହା ହେଲା, ତାହା ଗୋଆରେ ବି ହେବା ଦରକାର। ବିରୋଧୀ ଏକାଠି ହେବାକୁ ପଡ଼ିବ। ମୁଁ ସଞ୍ଜୟ ରାଉତଙ୍କୁ ଭେଟିଛି। ମହା ବିକାଶ ଅଘାଡୀ ଗଠନ କରାଯାଇଛି, ଯାହାକୁ ଗୋଆ ପର୍ଯ୍ୟନ୍ତ ବି ବିସ୍ତାର କରାଯିବା ଆବଶ୍ୟକ।

- Advertisement -

ସୂଚନାଯୋଗ୍ୟ, ଗୋଆରେ ବର୍ତ୍ତମାନ ବିଜେପି ସରକାର ରହିଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭା ପାଇଁ ୨୦୧୭ରେ ହୋଇଥିବା ନିର୍ବାଚନରେ ବିଜେପିକୁ ୧୩, କଂଗ୍ରେସକୁ ୧୭ ଆସନ ମିଳିଥିଲା। ଏହା ବ୍ୟତୀତ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିକୁ ୩, ଗୋଆ ଫରୱାର୍ଡ ପାର୍ଟିକୁ ୩ ଏବଂ ଏନସିପି ଗୋଟିଏ ଆସନ ହାତେଇଥିଲା। ଅନ୍ୟ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ନିର୍ବାଚନ ପରେ ରାତାରାତି ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିଲେ। ଫଳରେ ବିଜେପି ଏଠାରେ ସରକାର ଗଠନ କରିଥିଲା। ବିଜେପି ନେତା ମନୋହର ପାରିକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ନିଧନ ପରେ ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories