ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଇନ୍ଦ୍ରାକ୍ଷୀ ଅଞ୍ଚଳରେ ଶୁକ୍ରବାର ଏକ ଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ସେଠାରେ ଚଢାଉ କରି ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରି ନଷ୍ଟ କରିଛି। ଏହାସହ ବିକ୍ରି ନିମନ୍ତେ ରହିଥିବା ୫୦ ଲିଟର ଦେଶୀ ମଦକୁ ମଧ୍ୟ ଜବତ କରାଯାଇଛି। ଉକ୍ତ ଘଟଣାରେ କାହାକୁ ଗିରଫ କରାଯାଇ ନଥିବା ବେଳେ ପ୍ରାୟ ୧୫ଟି ବଡ଼ ଜାରରେ ମଦ ପ୍ରସ୍ତୁତ ନିମନ୍ତେ ଗୁଡ଼ ଓ ମହୁଲକୁ ଢଳାଯାଇଥିବା ଅବକାରୀ ଇନ୍ସପେକ୍ଟର ବାଳକୃଷ୍ଣ ପରିଡ଼ା ସୂଚନା ଦେଇଛନ୍ତି।ଏହାସହ ଚଢାଉ ସମୟରେ ମୋବାଇଲ ସ୍କ୍ୱାଡ଼ ସବ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ଗୋଳନ୍ଥରା ସବ ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ, ଚିକିଟି ସବ ଇନ୍ସପେକ୍ଟର ଲକ୍ଷ୍ମଣ ଷଡ଼ଙ୍ଗୀ, ସଦର ସବ ଇନ୍ସପେକ୍ଟର ରୋସନ ହାଁସଦା , ବ୍ରହ୍ମପୁର ସବ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ମଧ୍ୟ ସାମିଲ ଥିଲେ।
Popular Categories



