ନାମକୁ ନେଇ ସୋନମଙ୍କ ଅନ୍ଧବିଶ୍ବାସ

0

ମେ ୮’ରେ ଶିଳ୍ପପତି ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ସୋନମ୍ କପୁର ନିଜ ସୋସିଆଲ ଆକାଉଣ୍ଟରେ ନାମ ପରିବର୍ତ୍ତନ କରି ‘ସୋନମ୍ କପୁର ଆହୁଜା’ ଉଲ୍ଲେଖ କରିଥିଲେ। କେନ୍ସ ଉତ୍ସବରେ ପହଞ୍ଚିବା ପରେ ସୋନମ୍ ପୁନର୍ବାର ନିଜ ସୋସିଆଲ ନାମକୁ ପରିବର୍ତ୍ତନ କରି ‘ସୋନମ୍ କେ.ଆହୁଜା’ ରଖିଥିବାର ଦେଖାଯାଇଛି। ଏହା ପଛର ଘଟଣାଟି ସମ୍ମୁଖକୁ ଆସିଛି। ଏପରି କରିବାକୁ ସୋନମଙ୍କୁ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ହିଁ ପରାମର୍ଶ ଦେଇଥିଲେ। ନ୍ୟୁମରୋଲୋଜିଷ୍ଟ ସଞ୍ଜୟ ଜୁମାନୀଙ୍କ ରୀତିମତ ପରାମର୍ଶ ନେଇଥାନ୍ତି ଆନନ୍ଦ। ସୋନମଙ୍କ ଏହି ନୂତନ ନାମ ପାଇଁ ତାଙ୍କ ପାରିବାରିକ ଓ ବ୍ୟାବସାୟିକ ଜୀବନରେ ଅଶାନ୍ତି ଉପୁଜିବାର ଭୟ ଦେଖାଯାଇଥିଲା। ଏଣୁ ସଞ୍ଜୟଙ୍କ ପରାମର୍ଶ ଥିଲା ସୋନମ୍ କପୁର ବଦଳରେ ଇଂରାଜୀ ଅକ୍ଷର ‘କେ’ ହିଁ ଲେଖିବା ଉଚିତ। ସ୍ବାମୀ ଆନନ୍ଦ ଯଥାଶୀଘ୍ର ଏହି ବାର୍ତ୍ତା ପତ୍ନୀଙ୍କୁ ପଠାଇଥିଲେ। ସୋନମ୍ ମଧ୍ୟ ତୁରନ୍ତ ସୋସିଆଲ ଆକାଉଣ୍ଟ ଇନଷ୍ଟାଗ୍ରାମରେ ନିଜ ନାମକୁ ‘ସୋନମ୍ କେ.ଆହୁଜା’ ଉଲ୍ଲେଖ କରିଥିଲେ। ବିଭିନ୍ନ ମହଲରେ ଏ ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଅନେକ କହିଛନ୍ତି ଏହା ସୋନମ୍-ଆନନ୍ଦଙ୍କ ଅନ୍ଧବିଶ୍ବାସ ନା ଅନ୍ଧଶ୍ରଦ୍ଧା?

Leave A Reply