www.samajalive.in
Monday, December 15, 2025
14.1 C
Bhubaneswar

ସଲମନଙ୍କୁ ଗାଳି ଦେବା ଯୋଗୁ ସୋନା ମହାପାତ୍ରଙ୍କୁ ମିଳିଥିଲା ବଳାତ୍କାର ଧମକ

ନୂଆଦିଲ୍ଲୀ: ବଲିଉଡରେ ନିଜର ସ୍ଥିତି ଜାହିର କରିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ରଙ୍କୁ ମିଳିଥିଲା ବଳାତ୍କାର ଧମକ । ଖାଲି ବଳାତ୍କାର ନୁହେଁ, ଏସିଡ଼୍ ମାଡ଼ କରିବାକୁ ବି ଧମକ ଦିଆଯାଇଥିଲା । ଏହି  କଥା ନିଜେ ସୋନା ମହାପାତ୍ର କହିଛନ୍ତି ଏବଂ ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସେ ବଲିଉଡ଼ ଅଭିନେତା ସଲମନ ଖାଁଙ୍କୁ ବିରୋଧ କରିଥିଲେ ।

- Advertisement -

ନିଜର ମନ୍ତବ୍ୟ ଓ ଆକ୍ରମଣାତ୍ମକ ମନୋଭାବ ପାଇଁ ସୋନା ବେଶ୍ ସମୟ ଚର୍ଚାରେ ରହିଥାଆନ୍ତି । ମାତ୍ର ଏଥର ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ସଲମନ୍ ଖାଁଙ୍କ ପରି ବଡ଼ ବଲିଉଡ଼୍ ଅଭିନେତାଙ୍କ ସହ ସଂଯୋଜିତ । ସୋନାଙ୍କୁ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ଟ୍ବିଟରରେ ଖୋଜିବାକୁ ଗଲାବେଳେ ହିନ୍ଦୁଫୋବିଆ ଦେଖାଯାଇଥିଲା । ସମ୍ପୃକ୍ତ ୟୁଜର୍ସଙ୍କୁ ସୋନା ଯାହା ତ ଉତ୍ତର ଦେଇଥିଲେ ତାହା ଭିନ୍ନ, ମାତ୍ର ଏହା ସହ ଏକ ବଡ଼ ଗୋପନ ରହସ୍ୟ ବି ଖୋଲି ଦେଇଥିଲେ । ସମ୍ପୃକ୍ତ ୟୁଜର୍ସଙ୍କୁ ଜବାବ ଦେବାକୁ ଯାଇ ସୋନା ଲେଖିଛନ୍ତି ଯେ ମୁଁ ଜଣେ ପବ୍ଲିକ୍ ଫିଗର । ୨ ବର୍ଷ ପୂର୍ବରୁ ଏକ ସଂସ୍ଥା ପକ୍ଷରୁ ଧମକ ପୂର୍ଣ୍ଣ ଚିଠି ମିଳିଥିଲା । ଏଇଥିପାଇଁ ଯେ ମୋର ଏକ ଗୀତରେ ସଲମନ ଖାଁଙ୍କୁ ନିନ୍ଦିତ କରାଯାଇଥିଲା । ତେଣୁ ମୋତେ ଗ୍ୟାଙ୍ଗରେପ୍ ଓ ଏସିଡ଼୍ ମାଡ଼ କରାଯିବାକୁ ଧମକ ମିଳିଥିଲା ।

ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ ଯେ ସୋନା ଏପରି ବିବାଦିତ ମନ୍ତବ୍ୟ ଦେଇଛନ୍ତି । ଏହାପୂର୍ବରୁ କଙ୍ଗନା ରଣାୱାତଙ୍କ ଭଉଣୀ ରଙ୍ଗୋଲି  ଚନ୍ଦେଲଙ୍କ ସମର୍ଥନ କରିଥିଲେ ଯେତେବେଳେ କି ତାଙ୍କର ଟ୍ବିଟର ଆକାଉଣ୍ଟକୁ ରଦ୍ଦ କରି ଦିଆଯାଇଥିଲା । ସେମିତି ଅଭିନେତା କାର୍ତିକ ଆର୍ଯ୍ୟନଙ୍କୁ ମଧ୍ୟ ସୋନା ନିଶାଣ କରିଥିଲେ ଓ ଯେଉଁଥିରେ କାର୍ତିକ ତାଙ୍କ ଭଉଣୀର ରୁଟି ତିଆରିକୁ ନେଇ ଏକ ଟିକଟକ୍ ଭିଡ଼ିଓ ପ୍ରସ୍ତୁତ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories