www.samajalive.in
Monday, December 8, 2025
27.1 C
Bhubaneswar

୧୫ଟଙ୍କାରେ ରେଳବାଇ ଯୋଗାଇ ଦେବ ଖାଦ୍ୟ

ସମାଜ ପୋର୍ଟାଲ ଡେସ୍କ: ରେଳ ମନ୍ତ୍ରଣାଳୟ ଦୈନିକ ୨ଲକ୍ଷ ୬୦ହଜାର ଭୋଜନ ଯୋଗାଇବାକୁ ପ୍ରସ୍ତାବ ଦେଇଛି। ରେଳବାଇର ବିଭିନ୍ନ ରନ୍ଧନଶାଳାରୁ ଏହି ଭୋଜନଗୁଡ଼ିକ ଯୋଗାଇ ଦିଆଯିବ। ଯେଉଁ ସ୍ଥାନଗୁଡ଼ିକରେ ଜିଲ୍ଲା ପ୍ରଶାସନମାନେ ଏହି ରନ୍ଧାଖାଦ୍ୟକୁ ନେଇ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରିପାରୁଛନ୍ତି ସେହିସବୁ ସ୍ଥାନରେ ରେଳବାଇ ଏହି ପ୍ରସ୍ତାବ ଦେଇଛି। ରେଳବାଇର ଖାଦ୍ୟ ଯୋଗାଣ କ୍ଷମତା ଅନୁସାରେ ଦୈନିକ ୨ଲକ୍ଷ ୬୦ହଜାର ଭୋଜନ ଯୋଗାଇବାକୁ ଏହା ପ୍ରସ୍ତାବ ଦେଇଛି। ଆବଶ୍ୟକ ପଡିଲେ ଏଭଳି ଖାଦ୍ୟ ଯୋଗାଣ ବୃଦ୍ଧି କରିବାକୁ ରେଳବାଇ କହିଛି। ଏହି ଖାଦ୍ୟପାଇଁ ମାତ୍ର ଜଣେ ବ୍ୟକ୍ତିଙ୍କୁ ୧୫ଟଙ୍କା ଦେବାକୁ ପଡିବ। ଆଇଆର୍‍ସିଟିସି ରନ୍ଧନଖାଦ୍ୟ ଯୋଗାଣ ବୃଦ୍ଧି କରିବାକୁ ରାଜି ହୋଇଛି। ରେଳବାଇ ଦ୍ୱାରା ବର୍ତ୍ତମାନ ୧ଲକ୍ଷ ସଦ୍ୟ ପ୍ରସ୍ତୁତ ଖାଦ୍ୟ ମାଗଣାରେ ଯୋଗାଇ ଦିଆଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories