www.samajalive.in
Sunday, December 7, 2025
26.1 C
Bhubaneswar

ତୁଟିଲା ସୀମା ବିବାଦ, ହେଲେ ଥମିନାହିଁ ଉତ୍ତେଜନା

ବଡ଼ସାହି : ମୟୁରଭଞ୍ଜ-ବାଲେଶ୍ୱର ସୀମା ନୂଆହାଟଠାରେ ଉପୁଜିଥିବା ସୀମା ବିବାଦର ସମାଧାନ ହୋଇଛି। ପୂର୍ବ ସ୍ଥାନରେ ଅର୍ଥାତ ଚେଙ୍ଗୁଆ-ମଙ୍ଗଳପୁର ନୂଆହାଟ ଚର୍ଚ୍ଚ ଛକ ରାସ୍ତା ଉପରେ ବାଡ଼ ବେଢ଼ିବା ଅବରୋଧ ପରିବର୍ତ୍ତେ ଅସ୍ଥାୟୀ ଚେକ୍‍ ପୋଷ୍ଟ ବା ତନଖି ଫାଟକ ସ୍ଥାପନ ହେବା ନେଇ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୀମିଦା ସରପଞ୍ଚ ଏହି ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ ପରେ ବଡ଼ସାହି ପୁଲିସ ପକ୍ଷରୁ ୨୪ଘଣ୍ଟା ପ୍ରହରା ବ୍ୟବସ୍ଥା ପୂର୍ବବତ ଶୁକ୍ରବାରଠାରୁ ଆରମ୍ଭ ହେବ। ଅତ୍ୟାବଶକ ସମାଗ୍ରୀ ନେଇ ଯାଉଥିବା ଯାନ, ଆମ୍ବୁଲାନ୍ସ ଓ ରୋଗୀ ପରିବହନ ଯାନ ସହିତ ଯୁକ୍ତିଯୁକ୍ତ କାରଣ ଥାଇ ଯିବା-ଆସିବା ଜନସାଧାରଣଙ୍କୁ ଚେକିଂ ପୂର୍ବକ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନା ଥାଉ କି, ମୟୁରଭଞ୍ଜ ଜିଲା ପ୍ରାଶସନ ପକ୍ଷରୁ କୁଆମରା-ରେମୁଣା ରାସ୍ତାର ୨ଜିଲା ସୀମାନ୍ତରେ ଚର୍ଚ୍ଚ ଛକଠାରେ ଲକଡ଼ାଉନ ପରଠାରୁ ରାସ୍ତାରେ ବାଉଁଶ ଓ କଣ୍ଟା ବେଢ଼ି ସୀମା ସିଲ କରାଯାଇଥିଲା। ପଡ଼ୋଶୀ ବାଲେଶ୍ୱର ଜିଲାରେ ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ବ୍ୟାପିବାରୁ ସେଠାରେ ପୁଲିସ ମୁତୟନ ପୂର୍ବକ ବଡ଼ସାହି ତହସିଲଦାର ନାଲି ପତାକା ମାରି ନୋ ଏଣ୍ଟ୍ରି ପୋଷ୍ଟର ମାରିଥିଲେ। ତେବେ ବୁଧବାର ରେମୁଣା ବ୍ଲକର ଦୁର୍ଗାଦେବୀ ସରପଞ୍ଚଙ୍କ ସ୍ୱାମୀ ୧୦/୧୨ ଜଣଙ୍କ ସହିତ ଆସି ପ୍ରତିବାଦ କରିବାରୁ ରାସ୍ତା ସିଲକୁ ସାମୟିକ ପ୍ରତ୍ୟାହାର କରାଯାଇଥିଲା। ସିଲ୍‍ ହୋଇଥିବା ରାସ୍ତା ମୟୁରଭଞ୍ଜ ଜିଲାର ହୋଇଥିଲେ ହେଁ ଦୁର୍ଗାଦେବୀ ପଞ୍ଚାୟତର ରାଉତରାୟପୁର ଗ୍ରାମବାସୀ ଉକ୍ତ ରାସ୍ତା ବ୍ୟବହାର କରନ୍ତି। ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଏହି ଗ୍ରାମବାସୀଙ୍କ ପାଇଁ ପଞ୍ଚାୟତ ସହିତ ସିଧାସଳଖ ରାସ୍ତା ବାଲେଶ୍ୱର ଜିଲା ସୀମାରେ ନିର୍ମାଣ ହୋଇନଥିବାରୁ ସମସ୍ତେ ମୟୁରଭଞ୍ଜ ରାସ୍ତାରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚନ୍ତି। ରାସ୍ତା ସିଲ ହେବା ଫଳରେ କୁଆଡ଼େ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରପଞ୍ଚଙ୍କ ସ୍ୱାମୀ ପ୍ରତିବାଦ କରିଥିଲେ। ଏନେଇ ବଡ଼ସାହି ଆଇଆଇସି, ବଡ଼ସାହି ତହସିଲଦାର ଓ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରେମୁଣା ଆଇଆଇସିଙ୍କ ସହିତ କଥା ହେବା ପରେ ଭୀମିଦା ପାଣ୍ଡି ଅଫିସରଙ୍କ ଦ୍ୱାରା ରାସ୍ତା ସିଲ୍‍ ହଟାଇଥିଲେ। ଗୁରୁବାର ବଡ଼ସାହି-ରେମୁଣା ତହସିଲଦାର, ଆଇଆଇସି ମିଳିତ ଭାବେ ଭୀମିଦା ଓ ଦୁର୍ଗାଦେବୀ ସରପଞ୍ଚଙ୍କ ଉପସ୍ଥିତିରେ ଆଲୋଚନା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିବାରୁ ବିବାଦ ତୁଟିଛି। ତେବେ ଅନ୍ୟ ଏକ ଘଟଣାକ୍ରମରେ ଉଭୟ ଜିଲାର ପରସ୍ପର ପାର୍ଶ୍ବରେ ଥିବା ଦୁର୍ଗାଦେବୀ ଓ ନୂଆହାଟ ବଜାରରେ ଜିଲା-ଜିଲା ଦୋକାନୀ ସେମାନଙ୍କର ଦୋକାନ ଖୋଲା ଓ କାରବାରକୁ କେନ୍ଦ୍ର କରି ମତ ଓ ମନାନ୍ତର ଆରମ୍ଭ ହୋଇଛି। ଦୁର୍ଗାଦେବୀ ବଜାରରେ ଦୋକାନ କରିଥିବା ମୟୂରଭଞ୍ଜ ଜିଲାର କିଛି ଦୋକାନୀଙ୍କ ଦୋକାନକୁ ନ୍ୟସ୍ତସ୍ୱାର୍ଥ ଲୋକେ ଖୋଲିବାକୁ ନଦେବା ଓ ମୟୁରଭଞ୍ଜ ଜିଲାର ଗ୍ରାହକଙ୍କୁ କିଣାକିଣି କରିବାକୁ ଦେଉ ନଥିବା ଖବର ମୟୂରଭଞ୍ଜ ସୀମାନ୍ତ ଗ୍ରାମରେ ଖବର ବ୍ୟାପିବାରୁ ତା’ର ପ୍ରତିକ୍ରିୟା ନୂଆହାଟ ଓ ଦୁର୍ଗାଦେବୀ ବଜାରରେ ଆରମ୍ଭ ହୋଇଛି। ପ୍ରଶାସନ ବେଳୁ ହିଁ ତତ୍ପରତା ନଦେଖାଇଲେ ଜିଲା-ଜିଲା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ପାଚେରୀ ଛିଡ଼ା ହେବା ସାର ହେବ କୁହାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories