www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ସଚେତନତା ପାଇଁ ଅଣ୍ଟାଭିଡ଼ିଲେ ୭ ବୈଷୟିକ ଶିକ୍ଷାନୁଷ୍ଠାନର ୨୫ ଇଞ୍ଜିନୟରିଂ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓଡ଼ିଶା ତଥା ଭାରତରେ ମହାମାରୀ କରୋନା ଭୂତାଣୁ(କୋଭିଡ୍‍-୧୯) ଅତି ଭୟଙ୍କର ରୂପ ନେଇ ସାରିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ତାହା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ସରୋନା ସଂକ୍ରମଣ ହ୍ରାସ ପାଇଁ ସରକାରଙ୍କୁ ସହଯୋଗ କରିବାକୁ କିଛି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଅଣ୍ଟା ଭିଡ଼ିଛନ୍ତି। କରୋନା ସଙ୍କଟ ସମୟରେ ଲୋକଙ୍କୁ କିଭଳି ଅନ୍‍ଲାଇନ୍‍ରେ ସଚେତନତା ସୃଷ୍ଟି କରାଯାଇ ପାରିବ ସେଥିପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରୟାସ ଆରମ୍ଭ କରିଛନ୍ତି। ସେଥିପାଇଁ ଦେଶର ୭ଟି ବେଷୟିକ ଶିକ୍ଷାନୁଷ୍ଠାନର ୨୫ଜଣ ଛାତ୍ରଛାତ୍ରୀ ସରକାରଙ୍କ ସୂଚନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏକ ମୋବାଇଲ୍‍ ଆପ୍‍ ଓ ୱେବ୍‍ସାଇଟ୍‍ ବିକଶିତ କରିଛନ୍ତି।
ଭୁବନେଶ୍ବର କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି), ଶିକ୍ଷା ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚ(ଆଇଟିଇଆର୍‍), ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କଲେଜ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ସିଏଇଟି), ସୃଷ୍ଟି ଏକାଡେମୀ ଅଫ୍‍ ମ୍ୟାନେଜ୍‍ମେଣ୍ଟ, ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ ଷ୍ଟଡ଼ିଜ୍‌(ବିଆଇଆଇଟିଏମ୍‍ଏସ୍‌), ନେତାଜି ସୁଭାଷ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି(ଏନ୍‍ଏସ୍‍ୟୁଟି-ଦିଲ୍ଲୀ) ଓ ପିଇଏସ୍‍ ୟୁନିଭର୍ସିଟି(ବାଙ୍ଗାଲୋର) ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ‘କୋଭିଡ୍‍-୧୯ ଟ୍ରାର୍କର ଆଣ୍ଡ୍ରୋଏଡ୍‍ ଆପ୍ଲିକେସନ୍‍’ ଏବଂ ‘ଡିଜିଜ୍‍ ଆଉଟ୍‍ବ୍ରେକ୍‍ ଟ୍ରାର୍କର୍‍(ଡିଓଟି) ୱେବ୍‍ସାଇଟ୍‍ ବିକଶିତ କରିଛନ୍ତି। ଏଥିରେ ମହାମାରୀ କରୋନା ଭୂତାଣୁ ତଥା ‘କୋଭିଡ୍‍-୧୯’ ସଂକ୍ରମଣ ସଂକ୍ରାନ୍ତ ତଥ୍ୟ, ପରିସଂଖ୍ୟାନ ଓ ବିଶେଷଜ୍ଞଙ୍କଠାରୁ ସ୍ୱାସ୍ଥ୍ୟ ସତର୍କତା ଟିପ୍ସ ଆଦି ଉପଲବ୍ଧ ହେଉଛି। ସେହିପରି କରୋନା ଯୋଦ୍ଧାଙ୍କ ଉତ୍ସର୍ଗିକୃତ ଓ ଅନୁପ୍ରେରିତ ସେବାକୁ ମଧ୍ୟ ସାମିଲ କରାଯାଇଛି। ସରକାର ନିୟମିତ ଭାବେ କୋଭିଡ୍‍ ୧୯ ତଥ୍ୟ ପ୍ରଦାନ କରୁଛନ୍ତି, କିନ୍ତୁ ବିଭିନ୍ନ ସମୟରେ ମିଥ୍ୟା ଖବର ଓ ଗୁଜବ ପ୍ରସାରିତ ହେବା ଦ୍ୱାରା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଉଛି। ଲକ୍‍ଡାଉନ୍‍ ଓ ଶଟ୍‍ଡାଉନ୍‍ ଯୋଗୁ ଲୋକେ ଘରେ ରହୁଥିବାବେଳେ ସେମାନଙ୍କ ନିକଟରେ ସଠିକ୍‍ ତଥ୍ୟ ପହଞ୍ଚିବା ଦରକାର। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସରକାରଙ୍କ ନିୟମାନୁସାରେ କରୋନା ଭୂତାଣୁ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ଟିପ୍ସ ଖ୍ୟାତି ସମ୍ପନ୍ନ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପାତ୍ର ଦେଉଛନ୍ତି ବୋଲି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ କହିଛନ୍ତି।
ପ୍ରିୟଦର୍ଶୀ ଷଡ଼ଙ୍ଗୀଙ୍କ ଷ୍ଟାର୍ଟଅପ୍‍ ଜରିଆରେ ୨୫ଜଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଘରେ ଥାଇ ଉପରୋକ୍ତ ମୋବାଇଲ୍‍ ଆପ୍‍ ଓ ୱେବ୍‍ସାଇଟ୍‍ ବିକଶିତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର, ୱେବ୍‌ସାଇଟ୍‌ ତଥ୍ୟ, ବୁଲେଟିନ୍‍, ସରକାରୀ ସାମାଜିକ ଗଣମାଧ୍ୟମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅପ୍‍ଡେଟ୍‍ ତଥ୍ୟକୁ ସଂଗ୍ରହ ପରେ ସେସବୁ ଏକାଠି କରୁଛନ୍ତି ଏବଂ ସେମାନଙ୍କ ମୋବାଇଲ୍‍ ଆପ୍‍ ଓ ୱେବ୍‍ସାଇଟ୍‍ରେ ଛାଡୁଛନ୍ତି। କୋଭିଡ୍‍ ୧୯ର ସରକାରୀ ସୂଚନା କିଭଳି ଲୋକେ ସହଜରେ ପାଇପାରିବେ ସେଥିପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ଓମ୍‍ ଶୁଭମ୍‍ ଦାସ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଚୀନ୍‍ର ତିଆଞ୍ଜିନ୍‍ ବାସିନ୍ଦା ନିଙ୍ଗ୍‍ ଦେଶ ପାଇଁ ଏଭଳି ମୋବାଇଲ ଆପ୍‍ ବିକଶିତ କରିଥିଲେ, ଯାହା ସେଠରେ ବେଶ୍‍ ଆଦୃତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories