www.samajalive.in
Monday, December 15, 2025
15.1 C
Bhubaneswar

ଶ୍ଵଶୁର ଘରେ ଜ୍ବାଇଁକୁ ହତ୍ୟା ! ଶଳା ଓ ୨ ସାଙ୍ଗ ଅଟକ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦରରେ ଶ୍ଵଶୁର ଘରେ ରହୁଥିବା ଜ୍ବାଇଁ ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକ ହେଲେ ବେନ୍ଧାଳିଆ ଗ୍ରାମର ଦିଲ୍ଲିପ କୁମାର ଦାସ ଓରଫ ବାଳିଆ। ଦିଲ୍ଲିପଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତାଙ୍କ ବାପା ରାଜେନ୍ଦ୍ରଙ୍କ ଅଭିଯୋଗକ୍ରମେ ପୁଲିସ ୬୦/୨୫ରେ ଏକ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ମୃତକଙ୍କ ଶଳା ଓ ତାଙ୍କ ଦୁଇ ସାଙ୍ଗକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଅଟକଙ୍କୁ ନେଇ ପୁଲିସ ଘଟଣାର ସିନ୍ ରିକ୍ରିସନ କରିବା ସହ ହଳଦିଆପଦର ଶଶ୍ମାନ ନିକଟରେ ପଡ଼ିଥିବା ଟୋକେଇ ଓ ମୃତକଙ୍କ ରକ୍ତ ଭିଜା ପୋଷାକ ଜବତ କରିଛି। ସେହିପରି ସାଇଣ୍ଟିଫିକ ଟିମ୍‌ ଓ ଡଗ ସ୍କ୍ବାଡ ସହାୟତାରେ ଅନୁସନ୍ଧାନ ଚଳାଇଛି। ଘଟଣା ସ୍ଥଳରୁ ରକ୍ତ ନମୁନା, ରକ୍ତଭିଜା କପଡା, ଶିତକାଳିନ ଜ୍ୟାକେଟ ଜବତ କରି ବ୍ରହ୍ମପୁରସ୍ଥିତ ଫୋରେନସିକ ପରୀକ୍ଷାଗାରକୁ ପଠାଯାଇଛି।

ଘଟଣାରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ବେନ୍ଧାଳିଆର ଦିଲ୍ଲିପ ଦାସ କିଛି ମାସ  ତଳେ ହଳଦିଆ ପଦରରେ ବିବାହ କରିଥିଲେ। ବିବାହ ପରଠାରୁ ସେ ତାଙ୍କ ଶ୍ଵଶୁର ଘରେ ରହି ଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୁଅକୁ ମାରି ଶଶ୍ମାନକୁ ପୋଡିବାକୁ ନେଉଥିବା ରାଜେନ୍ଦ୍ର ଖବର‌ ପାଇଥିଲେ। ପରେ ରାଜେନ୍ଦ୍ର ଗାଁର କିଛି ଲୋକଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ଏମାନେ ପହଞ୍ଚିବା ଦେଖି ସେଠାରେ ଉପସ୍ଥିତ କିଛି ଲୋକ ମୃତଦେହକୁ ଛାଡି ପଳାଇଥିଲେ। ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ରାଜେନ୍ଦ୍ର ମୃତଦେହ ଧରି ଗାଁକୁ ଫେରିଥିଲେ। ଏ ନେଇ ସେମାନେ ସଦର ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ବେନ୍ଧାଳିଆରେ ପହଞ୍ଚି  ମୃତଦେହକୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲା। ଘଟଣାଟି ହଳଦିଆପଦରରେ ଘଟିଥିଲା। ତେଣୁ ସଦର ଥାନା ପକ୍ଷରୁ ଗୋଳନ୍ଥରା ଥାନା ପୁଲିସକୁ ଅବଗତ କରାଯାଇଥିଲା। ବୁଧବାର ଗୋଳନ୍ଥରା ପୁଲିସ ବଡ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତାହାର ପଞ୍ଚନାମା କରିଥିଲା। ପଞ୍ଚନାମା ବେଳେ ମୃତକଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଦେଖିବାକୁ ପାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ବାପା ରାଜେନ୍ଦ୍ରଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories