www.samajalive.in
Sunday, December 14, 2025
19.1 C
Bhubaneswar

ପଶ୍ଚିମବଙ୍ଗ ଉପକୂଳରେ ଉଡ଼ନ୍ତା ମାଛ

ଗୋପାଳପୁର: ପଶ୍ଚିମବଙ୍ଗ ଉପକୂଳରେ ଉଡ଼ନ୍ତା ମାଛ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ଏପରି ଉଡ଼ନ୍ତା ମାଛକୁ ଠାବ କରିଛି ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର। ପ୍ରଥମ ଥର ପାଇଁ ଏହି ପ୍ରଜାତିର ଉଡ଼ନ୍ତା ମାଛ ‘ଚେଲିପୋଗନ ଆର୍ର୍ଟିସେପ୍ସ’କୁ ଚିହ୍ନଟ କରାଯାଇଛି। ଏହି ମାଛ ପ୍ରଥମେ ପ୍ରଶାନ୍ତ ମହାସାଗରରେ ରହୁଥିବା ବେଳେ ବର୍ତ୍ତମାନ ଭାରତ ମହାସାଗରରେ ଚିହ୍ନଟ ହୋଇଛି। ୨୦୨୧ ମସିହାରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ଏହି ପ୍ରଜାତିର ମାଛ ସଂଗ୍ରହ କରାଯାଇଥିଲା। ଏହି ମାଛର ଡେଣାଗୁଡ଼ିକ ଲମ୍ବା ଏବଂ ଓସାରିଆ ହୋଇଥିବାରୁ ସମୁଦ୍ରରେ ପ୍ରାୟ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି। ମାଛର ପିଠି ଭାଗଟି ଇସତ୍‌ ନୀଳ ଏବଂ ପେଟ ଭାଗଟି ରୂପା ଭଳି ଧଳା ରଙ୍ଗର ଅଟେ। ଏମାନଙ୍କ ଡେଣାରେ କିଛି କଳା ଚିହ୍ନ ରହୁଥିବାରୁ ଅନ୍ୟ ପ୍ରଜାତିଠାରୁ ଭିନ୍ନ ରହିଥାଏ। ଏହି ମାଛର ଲମ୍ବା ୧୫ରୁ ୧୭ ସେଣ୍ଟି ମିଟର। ପୂର୍ବରୁ ଏହି ମାଛ ଚୀନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମ, ଜାପାନ, ଥାଇଲାଣ୍ଡରେ ଦେଖିବାକୁ ମିଳିଥିଲା। ଏହି ପ୍ରଜାତିର ମାଛ ଭୂପୃଷ୍ଠ ଜଳରେ ମିଳିଥାଏ ଏବଂ କେବେ ଖୋଲା ସମୁଦ୍ରରେ ବିସ୍ତାର ହୋଇନଥାଏ। ଭାରତ ଉପକୂଳରେ ବହୁ ପ୍ରଜାତିର ଉଡ଼ନ୍ତା ମାଛ ଦେଖାଯାଇଥାନ୍ତି। ଏହି ମାଛ ବିଷାକ୍ତ ନୁହନ୍ତି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ସମୁଦାୟ ଏହି ଭଳି ୮୦ଟି ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ ହୋଇଥିବା ବେଳେ ୨୪ଟି ପ୍ରଜାତିର ମାଛ ଭାରତ ଉପକୂଳରେ ଦେଖା ଯାଇଥାନ୍ତି। ଗୋପାଳପୁର ଜେ. ଏସ. ଆଇର ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର, ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର, ବାଂଲାଦେଶର ବାଜକୂଳ ମିଲନି ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼ ଦୀପାଞ୍ଜନ ରାୟ, ଗବେଷକ ସାନମିତ୍ର ରାୟ ଏବଂ ତପନ ଖଟୁଆଙ୍କ ମିଳିତରେ ଏହି ମାଛର ପରୀକ୍ଷା ନିରୀକ୍ଷା କରାଯାଇ ସମ୍ପୂର୍ଣ୍ଣ ତଥ୍ୟକୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା “ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”କୁ ପ୍ରଦାନ କରାଯାଇଥିଲା। ପ୍ରଥମ ଥର ଏହି ପ୍ରଜାତିର ମାଛ ଭାରତ ମହାସାଗରରୁ ମିଳିଥିବା ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”ରେ ପ୍ରକାଶ ପାଇଛି। ଏହି ମାଛକୁ ସଂରକ୍ଷଣ କରାଯାଇ ଅଧିକରୁ ଅଧିକ ଗବେଷଣା କରାଯିବ ବୋଲି ଗୋପାଳପୁର ଜେଡ. ଏସ. ଆଇର ବୈଜ୍ଞାନିକ ଡ଼. ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories