www.samajalive.in
Saturday, December 13, 2025
14.1 C
Bhubaneswar

ନାକ ରେଟିଙ୍ଗ ବୃଦ୍ଧି ପାଇଁ ଲାଞ୍ଚ ମାମଲା, ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣା ନାକ ରେଟିଙ୍ଗ ବୃଦ୍ଧି ପାଇଁ ଲାଞ୍ଚ ନେବା ମାମଲାରେ ସିବିଆଇ ଦ୍ବାରା ଗତ ୧ ତାରିଖ ଦିନ ଗିରଫ ହୋଇଥିଲେ। ତେବେ ସିବିଆଇ ଦଳ ଗତ ୧ ତାରିଖ ଦିନ ପ୍ରଫେସର ମହାରଣାଙ୍କ ଘର ସିଲ୍ କରିବା ପରେ ଗତକାଲି ୪ ତାରିଖ ଦିନ ସିବିଆଇ ଦଳ ପ୍ରଫେସର ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ କୌଣସି ଅପରାଧିକ ମାମଲା ସରକାରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷ ୪୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଗିରଫ ରହିଲେ ତାଙ୍କୁ ପ୍ରାଥମିକ ସ୍ତରରେ ନିଲମ୍ୱିତ କରାଯିବା ନିୟମ ରହିଛି। ତେବେ ଗତକାଲି ତାରିଖରେ ପ୍ରଫେସର୍ ମହାରଣାଙ୍କୁ ସମ୍ୱଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ନିର୍ଦ୍ଦେଶ ମତେ କୁଳସଚିବ ଡ ନୃପରାଜ ସାହୁଙ୍କ ହସ୍ତାକ୍ଷର ହୋଇ ନିଲମ୍ୱିତ କରାଯାଇଛି।

ତେବେ ସୂଚନା ଥାଉକି ହାଇଦ୍ରାବାଦର ଏକ ବିଶ୍ୱବିଦ୍ୟାଳୟକୁ ଏ++ ଗ୍ରେଡ ଦେବା ପାଈଁ ନାକ ପୀୟର କମିଟି ଦଳ ଲାଞ୍ଚ ମାଗିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା ଜଣାପଡିବା ପରେ ସିବିଆଇ ୧୦ ଜଣଙ୍କୁ ଗିରଫ କରିଥିଲେ। ଯେହେତୁ ପ୍ରଫେସର ମହାରଣା ଏହି ଦଳରେ ରହିଥିଲେ ତାଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ପ୍ରଫେସର ବୁଲୁ ମହାରଣାଙ୍କ ଘରେ ତଦନ୍ତ କଲାପରେ ସିବିଆଇ ଟିମ ଜ୍ୟୋତି ବିହାର ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟକୁ ଗତ ୩ ତାରିଖ ଦିନ ହିଁ ଏଫଆଇଆର ରିପୋର୍ଟ ଆସି ଯାଇଥିବା ସୂଚନା ହସ୍ତଗତ ହୋଇଥିବା ବେଳେ ୪ ତାରିଖରେ ପ୍ରଫେସର ମହାରଣାଙ୍କୁ ନିଲମ୍ୱିତ କରାଯାଇଛି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories