ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହି ଗ୍ରାମର ଶିଶିର କୁମାର ସାହୁଙ୍କ ପୁଅ ସାଗର ସାହୁ (୩୦)ଙ୍କୁ ବୁଧବାର ସକାଳୁ ଆଠଗଡ଼ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ତୁରନ୍ତ ଆଠଗଡ଼ ଥାନାକୁ ଜଣାଇଥିଲେ। ଖବର ପାଇ ଆଠଗଡ଼ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ବିଭିନ୍ନ ସୂତ୍ରରୁ ପୁଲିସ ମୃତ୍ୟୁର କାରଣ ଖୋଜୁଥିବାବେଳେ ପରିବାର ଓ ଅନ୍ୟ ଲୋକଙ୍କ କଥାରେ ତାଳମେଳ ରହୁନଥିବାରୁ ସାଗରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହୁଛି ବୋଲି ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଜନ୍ମିତା ସାସମଲ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି।
Popular Categories



