www.samajalive.in
Wednesday, December 10, 2025
18.1 C
Bhubaneswar

ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ : ଆଠଗଡ ଏନଏସି ଅଞ୍ଚଳରେ ୨ୟ ପର୍ଯ୍ୟାୟ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୁଧବାର ବ୍ଲକ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଉପଖଣ୍ଡ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ଆଗାମୀ ଫେବୃଆରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ବୈଠକରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଅଧ୍ୟକ୍ଷତା କରିଥିଲେ । ଆଠଗଡ ଅଞ୍ଚଳକୁ ଫାଇଲେରିଆ ବା ବାତଜ୍ଵର ମୁକ୍ତ କରିବା ଲକ୍ଷ ନେଇ ଏହି ଅଭିଯାନକୁ ସଫଳ କରିବାକୁ ଉପଜିଲ୍ଲାପାଳ ଶର୍ମା ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଫାଇଲେରିଆ ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରସ୍ତୁତ ଏକ ସଂଗୀତକୁ ଉପଜିଲ୍ଲାପାଳ ଉଦଘାଟନ କରିଥିଲେ । ଏଥିରେ ଉପସ୍ଥିତ ଥିବା ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଏହି ଦ୍ୱିତୀୟ ପର୍ଯ୍ୟାୟ  ଫାଇଲେରିଆ ନିରାକରଣ ଅଭିଯାନକୁ ଆଠଗଡ ଏନଏସି ଅଞ୍ଚଳରେ କିପରି ସଫଳ କରାଯିବ ଏବଂ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଆଠଗଡ ଏନଏସି ଅଞ୍ଚଳରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ୬୭ଟି କାର୍ଯ୍ୟାଳୟ ଓ ୧୮ଟି ୱାର୍ଡର ଅଧିବାସୀଙ୍କ ମଧ୍ଯରେ ଔଷଧ ସେବନ ପାଇଁ ଯୋଗ୍ୟ ମୋଟ ୧୭୯୯୩ ଜଣଙ୍କୁ ଔଷଧ ସେବନ କରାଯିବ। ଏଥିପାଇଁ ୬୮ ଜଣ ଆଶା, ଅଙ୍ଗନବାଡି କର୍ମୀ, ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କୁ ମିଶାଇ ୬୮ ଜଣ,୮ ଟି ଭ୍ରାମ୍ୟମାଣ ଦଳ, ୮ ଜଣ ସୁପରଭାଇଜର ନିୟୋଜିତ ହେବେ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସଂଯୋଜକ ମହମ୍ମଦ୍ ଅସଲମ୍ ସଭା ସଂଯୋଜନା କରିବା ସହ ବିବରଣୀ ପ୍ରଦାନ କରିଥିଲେ ।  ଏହି ବୈଠକରେ ସମସ୍ତ ସିଆରସିସି, ସ୍କୁଲ ଓ କଲେଜର ମୁଖ୍ଯ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ଵାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ  ଉପସ୍ଥିତ ଥିଲେ । ପରିଶେଷରେ ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories